Odia News Portal

ଅବକାରୀ ମନ୍ତ୍ରୀଙ୍କ ବଡ଼ ସୂଚନା, ଏହି ସ୍ଥାନରେ ସବୁଦିନ ପାଇଁ ମଦ ଓ ଆମିଷ ବ୍ୟାନ୍

ପୁରୀ ବଡ଼ଦାଣ୍ଡରେ ସବୁଦିନ ପାଇଁ ମଦ ଓ ଆମିଷ ବିକ୍ରି ମନା । ଶ୍ରୀମନ୍ଦିର ଓ ବଡ଼ଦାଣ୍ଡର ୨ କିଲୋମିଟର ପରିଧିରେ ମଦ ବାର୍‌ ନିଷେଧ କରାଗଲା  ।  ବଡ଼ଦାଣ୍ଡର ଆଖପାଖ ଅଞ୍ଚଳରେ ମଧ୍ୟ ମଦ କି ଆମିଷ ବିକ୍ରି ହୋଇପାରିବ ନାହିଁ । ଏନେଇ ସୂଚନା ଦେଇଛନ୍ତି ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଏଣିକି ଆଉ ପୁରୀ ଶ୍ରୀମନ୍ଦିର ଆଖାପାଖରେ ଆମିଷ ବିକ୍ରି ହେବ ନାହିଁ । ୨ କିଲୋମିଟର ଦୂରରେ ହିଁ ବିକ୍ରି ପାଇଁ ଅନୁମତି ମିଳିଛି । ସେହିପରି ପୁରୀକୁ ବହୁ ସଂଖ୍ୟାରେ ପର୍ଯ୍ୟଟକଙ୍କ ଆଗମନ ହୋଇଥାଏ । ଦିନକୁ ଦିନ ନିଶା କାରବାର ବଢୁଥିବାବେଳେ ଅପରାଧିକ ମାମଲା ବି ବଢୁଛି । 

ବର୍ତ୍ତମାନ ରାଜ୍ୟ ସରକାରଙ୍କ ପକ୍ଷରୁ ବଡ଼ ନିଷ୍ପତ୍ତି ନିଆଯାଇଛି । ୨ କିଲୋମିଟର ପରିଧିରେ ମଦ ବାର୍‌ ନିଷେଧ କରାଯାଇଛି । ଏନେଇ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି । ଏହି ନିୟମକୁ କଡ଼ାକଡ଼ି ପାଳନ କରିବାକୁ ନିର୍ଦ୍ଦେଶ ରହିଛି । ନିୟମର ଉଲଂଘନ କଲେ ନିଆଯିବ ଦୃଢ କାର୍ଯ୍ୟାନୁଷ୍ଠାନ ।