Odia News Portal

ବେଙ୍ଗାଲୁରୁରେ ଓଡ଼ିଆ ଛାତ୍ରଙ୍କୁ ଅପହରଣ ଘଟଣା, ଗିରଫ ହେଲେ ୪ ସହପାଠୀ ବନ୍ଧୁ

ବେଙ୍ଗାଲୁରୁରେ ଦେଖିବାକୁ ମିଳିଛି ଏକ ଅଜବ ଘଟଣା । ୪ ଜଣ କଲେଜ ପଢୁଆ ଛାତ୍ର ଅଫରଣ ଘଟଣାରେ ଗିରଫ ହୋଇ ଏବେ ଜେଲରେ । ଉକ୍ତ ୪ କଲେଜ ଛାତ୍ର ସେମାନଙ୍କର ବିଳାସପୂର୍ଣ୍ଣ ଜୀବନଶୈଳୀ ପାଇଁ ଏଭଳି କାର୍ଯ୍ୟ କରୁଥିବା ସୂଚନା ମିଳିଛି । ସେମାନେ ଟଙ୍କା ପାଇ ନିଜ ସହପାଠୀ ଛାତ୍ର ବନ୍ଧୁ ମାନଙ୍କୁ ଅପହରଣ କରି ତାଙ୍କ ପରିବାର ସଦସ୍ୟଙ୍କ ଠାରୁ ଟଙ୍କା ମାଗନ୍ତି ଏବଂ ଟଙ୍କା ପାଇବା ପରେ ଅପହରଣ କରିଥିବା ଛାତ୍ରଙ୍କୁ ଛାଡ଼ି ଦିଅନ୍ତି ।

ସୂଚନା ଅନୁସାରେ ଗତ କିଛି ଦିନ ତଳେ ବେଙ୍ଗାଲୁରୁର ଜୈନ ବିଶ୍ବ ବିଦ୍ୟାଳୟର ୪ ଜଣ ଛାତ୍ର ନକଲି ବନ୍ଧୁକ ଦେଖାଇ ଜଣେ ଓଡ଼ିଆ ଛାତ୍ରଙ୍କୁ ଅପହରଣ କରିଥିଲେ ଏବଂ ପରେ ପରିବାରକୁ ଫୋନ୍ କରି ଟଙ୍କା ଦାବି କରିଥିଲେ । ପ୍ରଥମେ ସେମାନେ ଉକ୍ତ ଓଡ଼ିଆ ଛାତ୍ର ମହାନ୍ତିଙ୍କୁ ଛାଡିବା ପାଇଁ 50,000 ଟଙ୍କା ମାଗିଥିଲେ । ଏହି ଫୋନ୍ ପାଇ ପ୍ରଥମେ 10,000 ଟଙ୍କା ପଠାଇଥିଲେ ଉକ୍ତ ଛାତ୍ରର ବନ୍ଧୁ ଓ ପରିବାର ଲୋକେ । ପରେ ସେମାନେ ସନ୍ଦେହ କରି ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପାଇବା ଓ ଘଟଣା ସମ୍ପର୍କରେ ଜାଣିବା ପରେ ପୋଲିସ ମୋବାଇଲ୍ ଲୋକେସନ୍ ଟ୍ରାକିଂ ବ୍ୟବହାର କରି ଅଭିଯୁକ୍ତଙ୍କୁ ଖୋଜି ବାହାର କରିଥିଲା ​​ଏବଂ ପୀଡିତଙ୍କୁ ଉଦ୍ଧାର କରିଥିଲା। ପୋଲିସ ଉକ୍ତ ୪ ଅଭିଯୁକ୍ତକୁ ଗିରଫ କରିଛି ଏବଂ ଅପରାଧରେ ବ୍ୟବହୃତ ନକଲି ଧାତୁ ବନ୍ଧୁକ, ଛୁରୀ ଏବଂ କାର ଜବତ କରିଛି । ତଦନ୍ତ ସମୟରେ ଜଣାପଡିଲା ଯେ ଚାରି ଅଭିଯୁକ୍ତ ଅଭ୍ୟାସଗତ ଅପରାଧୀ, ଏକ ଗ୍ୟାଙ୍ଗ ଭାବରେ କାର୍ଯ୍ୟ କରୁଥିଲେ ଏବଂ ଅନେକ ଛାତ୍ରଙ୍କୁ ଧମକ ଦେଇଥିଲେ । ଚାରି ଅଭିଯୁକ୍ତ, ବିହାର, ଝାଡ଼ଖଣ୍ଡ, କେରଳ ଏବଂ ବେଙ୍ଗାଲୁରୁର ଛାତ୍ର ।