Odia News Portal

କ୍ଷମା ଜିଦରେ ଅଚଳ ଗୃହ,୪ଟା ଯାଏଁ ମୁଲତବି

ଭୁବନେଶ୍ୱର: ଲଗାତର ପଞ୍ଚମ ଦିନ ମଧ୍ୟ ଚାଲିପାରିଲାନି ଗୃହ । ଶାସକ ଏବଂ ବିରୋଧୀ ଦଳର ସଦସ୍ୟଙ୍କ ଜିଦ୍ ଯୋଗୁଁ ଗୃହ ଚାଲିପାରୁନି । ଗୃହ କାର୍ଯ୍ୟ ଆରମ୍ଭରୁ ଉଭୟ ଶାସକ-ବିରୋଧୀ ସଦସ୍ୟଙ୍କ ନାରାବାଜି । ଗୃହରେ ହଟ୍ଟଗୋଳ ଯୋଗୁଁ ଦିନ ୧୨ଟା ପର୍ଯ୍ୟନ୍ତ ଗୃହ କାର୍ଯ୍ୟ ମୁଲତବି ହୋଇଥିବା ସମୟରେ ପୁନର୍ବାର ଗୃହକୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବି ଘୋଷଣା କରାଯାଇଛି। ମଣ୍ଡି ଅବ୍ୟବସ୍ଥାକୁ ନେଇ ବିରୋଧୀ ଗୃହର ମଧ୍ୟଭାଗରେ ଜୋରଦାର ହଟ୍ଟଗୋଳ କରିଥିବା ବେଳେ ଆତ୍ମହତ୍ୟା ଉଦ୍ୟମ ପାଇଁ ସୁବାସ ପାଣିଗ୍ରାହୀ କ୍ଷମା ମାଗନ୍ତୁ ବୋଲି ଦାବି କରି ଗୃହରେ ନାରାବାଜି କରିଛନ୍ତି ଶାସକ ଦଳର ବିଧାୟକ । ପ୍ରଶ୍ନକାଳ ଆରମ୍ଭରୁ ପ୍ରବଳ ହଟ୍ଟଗୋଳ ଯୋଗୁଁ ଲଗାତାର ୫ ଦିନ ପାଇଁ ଗୃହକାର୍ଯ୍ୟ ସ୍ୱାଭାବିକ ହୋଇପାରୁନି ।