Odia News Portal

ସେପ୍ଟେମ୍ବର ପହିଲାରୁ ବିଧାନସଭା ମୌସୁମୀ ଅଧିବେଶନ

ଭୁବନେଶ୍ୱର: ସେପ୍ଟେମ୍ବର ୧ରୁ ବିଧାନସଭା ମୌସୁମୀ ଅଧିବେଶନ । ସେପ୍ଟେମ୍ବର ୯ ତାରିଖ ଯାଏଁ ଚାଲିବ ଅଧିବେଶନ । ୫ ତାରିଖ ରବିବାରକୁ ଛାଡ଼ି ବାକି ୮ଦିନ କାର୍ଯ୍ୟ ଦିବସ ଚାଲିବ । ୮ ଦିନରୁ ୭ଦିନ ଅଫିସିଆଲ ବିଜିନେସ୍ ପାଇଁ ନିର୍ଘଣ୍ଟ । ୩ ତାରିଖ ଦିନଟିଏ ପ୍ରାଇଭେଟ୍ ମେମ୍ବର୍ସ ବିଜିନେଓ ପାଇଁ ଧାର୍ଯ୍ୟ କରାଯାଇଛି । ଅଧିବେଶନ ନେଇ ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ ଚିଠି କରାଯାଇଛି ।