Odia News Portal

ଗୃହରେ ବିରୋଧୀଙ୍କ ହାଇ ଭୋଲଟେଜ୍ ହଙ୍ଗାମା

ଭୁବନେଶ୍ୱର: ବଜେଟ୍ ଅଧିବେଶନର ଦ୍ୱିତୀୟ ଦିନରେ ଗୃହରେ ବିରୋଧୀଙ୍କ ହାଇ ଭୋଲଟେଜ୍ ହଙ୍ଗାମା । ଧାନମଣ୍ଡି ଅବ୍ୟବସ୍ଥାକୁ ନେଇ ବିରୋଧୀ ନିଜ ହଟ୍ଟଗୋଳ ଜାରି ରଖିଥିବା ବେଳେ ବାଚସ୍ପତି ସର୍ବଦଳୀୟ ବୈଠକ ଡାକିଥିଲେ । ବୈଠକ ପରେ ସମବାୟ ମନ୍ତ୍ରୀଙ୍କୁ ଆସନ୍ତାକାଲି ଗୃହରେ ବିବୃତ୍ତି ରଖିବାକୁ ବାଚସ୍ପତି ନିର୍ଦ୍ଦେଶ ଦେଇଛନ୍ତି । ତଥାପି ବିରୋଧୀ ବିଜେପି ଓ କଂଗ୍ରେସ ଗୃହରେ ହଟ୍ଟଗୋଳ ଜାରି ରଖିଥିଲେ |

ଏପରିକି ବାଚସ୍ପତିଙ୍କ ସମ୍ମୁଖରେ ଲାଗିଥିବା ଫାଇବାର ଗ୍ଲାସକୁ ବିରୋଧୀ ଖସାଇ ଫିଙ୍ଗିଦେବା ସହ ପୋଡ଼ିଅମ୍ ଉପରକୁ ଚଢ଼ିବାକୁ ଉଦ୍ୟମ ମଧ୍ୟ କରିଛନ୍ତି । ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନା ଚାଲିଥିବା ବେଳେ ଏଭଳି କରିଛନ୍ତି କଂଗ୍ରେସ ଏବଂ ବିରୋଧୀ ଦଳର ସଦସ୍ୟ | ତେବେ ପ୍ରବଳ ହୋହଲ୍ଲା ଓ ହଙ୍ଗାମା ଯୋଗୁଁ କାଲି ୧୦ଟା ୩୦ ପର୍ଯ୍ୟନ୍ତ ଗୃହ ମୁଲତବି ଘୋଷଣା କରିଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର |