Odia News Portal

ଆଜିଠୁ ସ୍ୱାଭାବିକ ହେବ ଗୃହ କାର୍ଯ୍ୟ

ଧାନ କିଣା ପ୍ରସଙ୍ଗରେ ଗୃହରେ ଉତ୍ତର ରଖିବେ ଯୋଗାଣ ମନ୍ତ୍ରୀ

ଭୁବନେଶ୍ବର: ଆଜିଠୁ ସ୍ୱାଭାବିକ ଭାବେ ଚାଲି ପାରେ ବିଧାନସଭା ବଜେଟ୍ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ । ଗତ ୬ ଦିନ ଧରି ଗୃହ ଅଚଳ ହୋଇ ପଡ଼ିଥିଲା ।ତେବେ ଆଜିଠାରୁ ଗୃହ କାର୍ଯ୍ୟ ସ୍ୱାଭାବିକ ହୋଇପାରେ ବୋଲି ଆଶା ପ୍ରକାଶ କରିଛନ୍ତି ବାଚସ୍ପତି । ଗତକାଲି ନବୀନ ନିବାସ ଆଗରେ ରାଜନୈତିକ ହାଇଡ୍ରାମା ପରେ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଥିଲା । ଏହା ପରେ ଗୃହ ସ୍ୱାଭାବିକ ଭାବେ ଚାଲିବ ବୋଲି ବୈଠକ ପରେ ଆଶା ପ୍ରକାଶ କରିଥିଲେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ।

ଅନ୍ୟପକ୍ଷେ ଧାନକିଣା ପ୍ରସଙ୍ଗରେ ଆଜି ଦିନ ସାଢେ ୧୧ଟାରେ ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଗୃହରେ ଆଭିମୁଖ୍ୟ ରଖିବେ । ସେହିଭଳି ବିଜେପି ବିଧାୟକ ସୁବାସ ପାଣିଗ୍ରାହୀଙ୍କ ବିରୋଧରେ ଆସୁଥିବା ଅଭିଯୋଗ ଗୃହରେ ଆଉ ଉଠିବ ନାହିଁ । ବରଂ ସୁବାସ ପାଣିଗ୍ରାହୀଙ୍କ ସମସ୍ୟାକୁ ନେଇ ଏକ ସ୍ୱତନ୍ତ୍ର ସ୍ୱାଧିକାର କମିଟି ଗଠନ କରାଯାଇ ଏହି ସମସ୍ୟାର ବିଚାର କରାଯିବ ବୋଲି କହିଛନ୍ତି ବାଚସ୍ପତି ।