Odia News Portal

ଆସନ୍ତାକାଲି ଓଡ଼ିଶା ବନ୍ଦ, ସକାଳ ୬ଟାରୁ ଅପରାହ୍ନ ୨ଟା ଯାଏ ଅଖ ଚକ ବନ୍ଦ

ଆସନ୍ତାକାଲି ଓଡ଼ିଶା ବନ୍ଦ ଡାକରା ଦେଇଛି ନଵନିର୍ମାଣ କୃଷକ ସଂଗଠନ । ଆସନ୍ତାକାଲି ସକାଳ ୬ଟାରୁ ଅପରାହ୍ନ ୨ଟା ଯାଏ ବନ୍ଦ ଡାକରା ଦିଆଯାଇଛି । ନବନିର୍ମାଣ କୃଷକ ସଂଗଠନ ସହ ନବନିର୍ମାଣ ଯୁବଛାତ୍ର ସଂଗଠନ ମଧ୍ୟ ଏହି ବନ୍ଦ ଡାକରାରେ ସାମିଲ ହୋଇଛି । ବନ୍ଦ ଡାକରାକୁ ପୂର୍ଣ୍ଣ ସମର୍ଥନ ଜଣାଇଛି କଂଗ୍ରେସ ଓ ସିପିଆଇ ପକ୍ଷରୁ ମଧ୍ୟ୍ୟ ସମର୍ଥନ କରାଯାଇଛି। ଚାଷୀ ସମସ୍ୟା, ପ୍ରଦୂଷଣ ଓ ଟାଟା ପାୱାରର ମନମୁଖୀ କାର୍ଯ୍ୟ ପ୍ରତିବାଦରେ ଓଡ଼ିଶା ବନ୍ଦ ଡାକରା ଦେଇଛି ନଵନିର୍ମାଣ କୃଷକ ସଂଗଠନ । ସବୁ ଚାଷୀଙ୍କୁ ଧାନ ଏମ୍ଏସ୍ ପି ଓ ଇନ୍ ପୁଟ ସବସିଡି ମିଶାଇ କ୍ଵିଣ୍ଟାଲ ପିଛା ୩୧୦୦ଟଙ୍କା କିଣାଯାଉ ।ସେହିପରି ଧାନ କିଣିବା ପରେ ସଠିକ୍ ସମୟରେ ଚାଷୀଙ୍କୁ ଟଙ୍କା ପ୍ରଦାନ ଓ ଟୋକେନ୍ ସମସ୍ୟାର ସମାଧାନ ପାଇଁ ଦାବି କରାଯାଇଛି । ଦଲାଲ ଓ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କାରି ଓଡିଶା ବନ୍ଦ ଡାକରା ଦିଆଯାଇଛି l ଏହି ବନ୍ଦ ଡାକରାରେ ଜରୁରୀ କାଳୀନ ସେବାକୁ ବାଦ ଦିଆଯିବ ।