Odia News Portal

୭ ଆଇପିଏସ୍‌ଙ୍କୁ ମିଳିଛି ଓଡ଼ିଶା କ୍ୟାଡର୍‌

କେନ୍ଦ୍ର ସରକାର ୨୦୨୧ ୟୁପିଏସ୍‌ସି ଫଳାଫଳ ଆଧାରରେ ୨୦୦ ଜଣଙ୍କୁ ଭାରତୀୟ ପୋଲିସ ସେବା (ଆଇପିଏସ୍‌) କ୍ୟାଡର୍‌ ପ୍ରଦାନ କରିଛନ୍ତି। କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରାଳୟ ପକ୍ଷରୁ ଘୋଷିତ ଏହି ତାଲିକାରେ ୭ ଜଣଙ୍କୁ ଓଡ଼ିଶା କ୍ୟାଡର୍‌ ମିଳିଛି। ସେମାନେ ହେଲେ ଅନନ୍ୟା ଅୱସ୍ତି, ଭୋଷଲେ ଶୁଭମ ସଞ୍ଜୟ, ରମେନ୍ଦ୍ର ପ୍ରସାଦ, ସୋନାଲୀ ସିଂହ ପରମାର, ଅର୍ଚ୍ଚିତା ମିତ୍ତଲ, ଦୁର୍ଗା ପ୍ରସାଦ ଅଧିକାରୀ ଓ ମାଣେ ଆଜିଙ୍କ୍ୟ ବାବୁରାଓ।