Odia News Portal

ପୁଣି ନମ୍ବର ୱାନ୍ ହେଲେ ନବୀନ

ଭୁବନେଶ୍ୱର: ନବୀନ ହେଲେ ନମ୍ବର ୱାନ୍ | ଦେଶର ସବୁଠାରୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ହେଉଛନ୍ତି ନବୀନ ପଟ୍ଟନାୟକ | ପ୍ରାକୃତିକ ବିପର୍ଯ୍ୟୟ ,କରୋନା ମୁକାବିଲା ଏସବୁ କ୍ଷେତ୍ରରେ ବେଶ୍ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ପ୍ରଶଂସା ସାଉଁଟି ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଆଉ ଏକ ବଡ଼ ସଫଳତା । ଦେଶର ୩୧ ମୁଖ୍ୟମନ୍ତ୍ରୀଙ୍କୁ ନେଇ ହୋଇଥିବା ସର୍ଭେରେ ନବୀନ ଲୋକ ପ୍ରିୟତାର ଶୀର୍ଷରେ ରହିଛନ୍ତି । ଏବିପି ନ୍ୟୁଜ୍ ଓ ସି ଭୋଟ୍‌ର ସର୍ଭେ ଅନୁଯାୟୀ ପ୍ରଥମ ସ୍ଥାନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଛନ୍ତି ।

ସର୍ଭେ ଅନୁଯାୟୀ, ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଶର ସବୁଠୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ଦ୍ଵିତୀୟରେ ଅଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ। ତୃତୀୟରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ ଥିବାବେଳେ ଚତୁର୍ଥରେ କେରଳ ମୁଖ୍ୟମନ୍ତ୍ରୀ ପି.ବିଜୟନ, ପଞ୍ଚମରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ରହିଛନ୍ତି । ଷଷ୍ଠ ସ୍ଥାନରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ, ସପ୍ତମରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଥିବାବେଳେ ଅଷ୍ଟମ ସ୍ଥାନରେ ଅଛନ୍ତି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ଚୌହାନ । ନବମରେ ଗୋଆର ମୁଖ୍ୟମନ୍ତ୍ରୀ ପ୍ରମୋଦ ସାଓ୍ଵନ୍ତ ଏବଂ ଦଶମରେ ଗୁଜରାଟର ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀ ଅଛନ୍ତି | ତେବେ ଏହା ପୂର୍ବରୁ ମଧ୍ୟ ଅନେକ ସର୍ଭେରେ ନବୀନ ପଟ୍ଟନାୟକ ଦେଶର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ହେବାର ଉପଲବ୍ଧି ହାସଲ କରି ସାରିଛନ୍ତି।