Odia News Portal

ମହାକାଳପଡ଼ାରେ କଂଗ୍ରେସର ଶାନ୍ତିପୂର୍ଣ୍ଣ ହରତାଳ

କେନ୍ଦ୍ରାପଡ଼ା: ମହାଲିଙ୍ଗ କଲେଜର ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡକୁ ନେଇ ସାରା ରାଜ୍ୟରେ ଦେଖିବାକୁ ମିଳିଛି ରାଜନୈତିକ ଉସ୍ମତା । ମମିତାଙ୍କୁ ନ୍ୟାୟ ଏବଂ ମନ୍ତ୍ରୀ ଦିବ୍ୟଶଙ୍କର ଇସ୍ତଫା ଦାବି କରି ଆଜି କଂଗ୍ରେସ ପକ୍ଷରୁ ରାଜ୍ୟବ୍ୟାପି ହରତାଳ କରାଯାଉଛି । ହାଇକୋର୍ଟର ନିର୍ଦ୍ଦେଶ ପରେ ଶାନ୍ତିପୂର୍ଣ୍ଣ ଭାବେ କଂଗ୍ରେସ କର୍ମୀମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ତେବେ କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ାରେ ମଧ୍ୟରେ ବିକ୍ଷୋଭ ସହ ନାରାବାଜିତ ଦେଖିବାକୁ ମିଳିଛି । ବ୍ଲକ କଂଗ୍ରେସ ସଭାପତି କବିନ୍ଦ୍ର ସାମଲ, ପୂର୍ବତନ ବ୍ଲକ କଂଗ୍ରେସ ସଭାପତି ନିରାକାର ଜେନା, ୨୦ ନମ୍ବର ଜୋନ ପୂର୍ବତନ ସଭାପତି ପ୍ରମୋଦ ଚନ୍ଦ୍ର ସ୍ବାଇଁ, ଯୁବନେତା ରାକେଶ କୁମାର ମହାନ୍ତି, ବ୍ଲକ ଯୁବ କଂଗ୍ରେସ ସଭାପତି ରାକେଶ ମହାପାତ୍ର, ବରିଷ୍ଠ ନେତା ରଘୁନାଥ ସେଠୀ,ହରେକୃଷ୍ଣ ନାୟକ, ପ୍ରତାପ ନାୟକ, କଳ୍ପତରୁ ପ୍ରଧାନ, ରବୀନ୍ଦ୍ର ସ୍ବାଇଁ ପ୍ରମୁଖ ଉପସ୍ଥିତ।