Odia News Portal

ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ

ଭୁବନେଶ୍ୱର: ଇଣ୍ଡୋନେସିଆ ଯାତ୍ରୀବାହୀ ବିମାନ ଧ୍ୱଂସ ଦୁର୍ଘଟଣାରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ସହିତ ମୃତକଙ୍କ ପରିବାରଙ୍କୁ ସମବେଦନା ମଧ୍ୟ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ଗତକାଲି ଇଣ୍ଡୋନେସିଆର ଶ୍ରୀବିଜୟା ଏୟାରଲାଇନ୍ସର ବୋଇଂ ୭୩୭-୫୦୦ ବିମାନଟି ନିଖୋଜ ହୋଇଯାଇଥିଲା । ଜାକର୍ତ୍ତାରୁ ଉଡାଣ ଭରିବାର ମାତ୍ର ୪ମିନିଟ ପରେ ଅର୍ଥାତ୍ ବିମାନ ୧୦ହଜାର ଫୁଟ ଉଚ୍ଚତାକୁ ଛୁଇଁବା ପରେ ଏୟାର ଟ୍ରାଫିକ କଣ୍ଟ୍ରୋଲ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା

ତେବେ ଦୁର୍ଘଟଣାଗ୍ରସ୍ତ ବିମାନର ଭଗ୍ନାବଶେଷ ସମୁଦ୍ରରୁ ମିଳିଛି । ମୋଟ୍‌ ୬୨ ଜଣଙ୍କୁ ନେଇ ଜାକର୍ତ୍ତାରୁ ଉଡ଼ିଥିଲା ବିମାନ ।ଏହି ବିମାନରେ ଥିବା ଯାତ୍ରୀଙ୍କ ମଧ୍ୟରେ ୬ଜଣ ଶିଶୁ ଥିଲେ । ବିମାନର ଦୁର୍ଘଟଣା ପରେ ନ୍ୟାସନାଲ ସର୍ଚ୍ଚ ଆଣ୍ଡ ରେସକ୍ୟୁ ଏଜେନ୍ସି ଓ ଦ ନ୍ୟାସନାଲ ଟ୍ରାନ୍ସପୋର୍ଟେସନ ସେଫ୍ଟି କମିଟି ମିଳିତ ଭାବେ ନିଖୋଜ ବିମାନର ଯାତ୍ରୀ ଓ ଭଗ୍ନାବଶେଷକୁ ଠାବ କରିବା ପ୍ରୟାସରେ ଲାଗିପଡ଼ିଥିଲେ । ଆଜି ପୁଣି ଥରେ ଖୋଜିବା କାମ ଚାଲିବ ବୋଲି ସୂଚନା ମିଳିଛି । ଇଣ୍ଡୋନେସିଆର ଏହି ବିମାନକୁ ସବୁଠୁ ଭଲ ବିମାନ ତାଲିକାରେ ରଖାଯାଇଥିଲା । ବିମାନର ଦୁର୍ଘଟଣା ହେବାର ଆଶଙ୍କା ବହୁତ କମ୍‌ ଥିଲା ବୋଲି ଇଣ୍ଡୋନେସିଆ ସରକାର କହିଛନ୍ତି ।