Odia News Portal

ନୂଆପଡ଼ା ଜିଲ୍ଲାରେ ଆରମ୍ଭ ହେଲା ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟ ସେବା ଯୋଜନା

ନୂଆପଡ଼ା ଜିଲ୍ଲାରେ ପ୍ରଥମ କରି ଆରମ୍ଭ ହୋଇଛି ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟ ସେବା ଯୋଜନା | ଅପହଞ୍ଚ ଅଞ୍ଚଳବାସୀଙ୍କୁ ସୁବିଧାରେ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ଉଦେଶ୍ୟରେ ଏହି ଯୋଜନା କାର୍ଯ୍ୟକାରୀ ହୋଇଛି | ରାଜ୍ୟ ସରକାରଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟ ସେବା ଆରମ୍ଭ କରିଥିବା ବେଳେ କରୋନା ପାଇଁ ଏହାକୁ କିଛି ସମୟ ପାଇଁ ବନ୍ଦ କରାଯାଇଥିଲା । ଆଉ ଏବେ କରୋନା ପରବର୍ତ୍ତୀ ସମୟରେ ପୁଣି ଥରେ ଯୋଜନାକୁ ଆରମ୍ଭ କରାଯାଇଛି ।

ରାଜ୍ୟର ୪ ଆଦିବାସୀ ବାହୁଳ ଜିଲ୍ଲାରେ ସ୍ୱାସ୍ଥ୍ୟ ଭିତିଭୂମି ଓ ଚିକିତ୍ସାକୁ ନେଇ ଅନେକ ପ୍ରଶ୍ନ ରହିଥିବା ବେଳେ ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡି ଓ କନ୍ଧମାଳ ଭଳି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ସ୍ୱାସ୍ଥ୍ୟ ସେବା ଯୋଗାଇବା ପାଇଁ ଏହି ଯୋଜନା ଆରମ୍ଭ କରାଯାଇଛି ।

ତେବେ ଗତବର୍ଷ ପ୍ରଥମ ଥର ମାଲକାନାଗିରିରେ ଏହି ସେବା ଆରମ୍ଭ କରାଯାଇଥିଲା । ଆଉ ଆଜି ନୂଆପଡ଼ାରେ ଆରମ୍ଭ ହୋଇଛି । ତେବେ ନୂଆପଡ଼ାକୁ ଆଜି ୭ ଜଣ ସୁପାର ସ୍ପେସାଲିଟି ଡାକ୍ତର ଗସ୍ତ କରି ରୋଗୀ ମାନଙ୍କ ଚିକିତ୍ସା କରୁଛନ୍ତି |

ଆବଶ୍ୟକ ପଡିଲେ ଏହି ଯୋଜନାରେ ୪ ଜିଲ୍ଲାର ରୋଗୀ ମାନଙ୍କୁ ଏୟାର ଲିଫ୍ଟ କରାଯାଇ ଆବଶ୍ୟକୀୟ ଓ ଉନ୍ନତ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯିବ ଏହି ଯୋଜନା ଅଧୀନରେ ରହିଛି |