Odia News Portal

ବଢିଲା ମହଙ୍ଗା ଭତ୍ତା

ରାଜ୍ୟ ସରକାରୀ କର୍ମଚାରୀଙ୍କୁ ନୂଆବର୍ଷ ଭେଟି । ରାଜ୍ୟ ସରକାରୀ କର୍ମଚାରୀଙ୍କର ବଢିଲା ମହଙ୍ଗା ଭତ୍ତା । ୩ ପ୍ରତିଶତ ମହଙ୍ଗା ଭତ୍ତା ବୃଦ୍ଧି ପାଇଛି । ୨୮ ପ୍ରତିଶତରୁ ୩୧ ପ୍ରତିଶତକୁ ବଢିଲା ମହଙ୍ଗା ଭତ୍ତା । ବର୍ଦ୍ଧିତ ମହଙ୍ଗା ଭତ୍ତା ପିଛିଲା ଭାବେ ଜୁଲାଇ ପହିଲାରୁ ଲାଗୁ ହେବ । ପେନସନ ଭୋଗୀଙ୍କ ଟିଆଇ ବି ୩ ପ୍ରତିଶତ ବୃଦ୍ଧି ନେଇ ଘୋଷଣା ହୋଇଛି । ସାଢେ ୭ ଲକ୍ଷ ସରକାରୀ କର୍ମଚାରୀ ଓ ପେନସନଭୋଗୀ ଉପକୃତ ହେବେ ।