Odia News Portal

ପରୀ ଦୁଷ୍କର୍ମ ଓ ହତ୍ୟା ମାମଲାରେ ତୁରନ୍ତ ଚାର୍ଜସିଟ୍ ଦାଖଲ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ପରୀ ମାମଲାରେ ତୁରନ୍ତ ଚାର୍ଜସିଟ୍ ଦାଖଲ କରିବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ। ଘଟଣାର ତଦନ୍ତ କରୁଥିବା ଏସଆଇଟିକୁ ଚାର୍ଜସିଟ୍ ଦାଖଲ କରିବା ଲାଗି ଦେଲେ ନିର୍ଦ୍ଦେଶ। ସୂଚନା ଅନୁସାରେ, ଆବେଦନକାରୀ ପଦ୍ମାଳୟା ମହାପାତ୍ରଙ୍କ ପକ୍ଷରୁ ଦାଖଲ ହୋଇଥିଲା ସତ୍ୟପାଠ।ପରୀ ହତ୍ୟା ଓ ଦୁଷ୍କର୍ମ ମାମଲାରେ ତଦନ୍ତ ଆଗେଇ ଥିବାରୁ ଚାର୍ଜସିଟ୍ ଦାଖଲ ପାଇଁ ଏସଆଇଟିକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ତେବେ ଅଧିକ ତଥ୍ୟ ପାଇଁ ପୁଣି ଥରେ ରିମାଣ୍ଡ ଆବେଦନ ହୋଇପାରେ। ତେବେ ଏହି ମାମଲାର ଶୁଣାଣି ଆସନ୍ତା ଜାନୁଆରୀ ୧୨ରେ ହେବ ବୋଲି ଜଣାଯାଇଛି।

ସେପଟେ ବହୁ ଚର୍ଚ୍ଚିତ ନୟାଗଡ ନାବାଳିକା ଦୁଷ୍କର୍ମ ପରେ ହତ୍ୟା ଘଟଣାରେ ଅଭିଯୁକ୍ତ ସରୋଜ ସେଠୀଙ୍କ ରିମାଣ୍ଡ ଅବଧି ଆଜି ଶେଷ ହେଉଛି। ଅଧିକ ତଥ୍ୟ ସଂଗ୍ରହ ପାଇଁ ଏସଆଇଟି ସରୋଜଙ୍କୁ ତିନିଦିନ ପାଇଁ ରିମାଣ୍ଡରେ ନେଇଥିଲା। ଆଜି ସନ୍ଧ୍ୟାରେ ସରୋଜକୁ ନୟାଗଡ ପକ୍ସୋ କୋର୍ଟରେ ହାଜର କରାଯିବ। ତେବେ ତାଜା ସୂଚନା ଅନୁସାରେ ଘଟଣା ସ୍ଥଳରେ ଯାଇ ଡେମୋ ଦେଖାଇଲା ପରି ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ସରୋଜ ସେଠୀ |

ଅନ୍ୟପକ୍ଷେ ପରି ହତ୍ୟାକାଣ୍ଡରେ ଗାମୁଛା ବଡ ତଥ୍ୟ ବୋଲି ଜଣାଇଛି ଏସଆଇଟି | ନାବାଳିକାକୁ ହତ୍ୟା ବେଳେ ଅଭିଯୁକ୍ତ ସରୋଜ ସେଠୀ ତଣ୍ଟି ଚିପି ହତ୍ୟା କରିବା ସହ ତା ନାକରୁ ରକ୍ତ ବାହାରି ଥିଲା। ଏହି ରକ୍ତକୁ ଅଭିଯୁକ୍ତ ନିଜ ଗାମୁଛାରେ ପୋଛିଥିବା କଥା କହିଛି ଅଭିଯୁକ୍ତ। ତେବେ ସେହି ଗାମୁଛା ମଧ୍ୟ ସରୋଜର ଘରୁ ଏସଆଇଟି ଜବତ କରିଛି। ଏବଂ ଗାମୁଛାରେ ରକ୍ତଦାଗ ନେଇ ବିଶେଷଜ୍ଞ ସ୍ପଷ୍ଟ କରିଥିବା ଏସଆଇଟି ସୂତ୍ରରୁ ସୂଚନା ମିଳିଛି।