Odia News Portal

ପରୀ ମୃତ୍ୟୁ ତଦନ୍ତ ପାଇଁ ଏସ୍‌ଆଇଟିକୁ ମହଲତ

ନୟାଗଡ଼: ହାଇକୋର୍ଟରେ ନୟାଗଡ ପରୀ ମୃତ୍ୟୁ ମାମଲା । ଏସ୍‌ଆଇଟି ପକ୍ଷରୁ ହାଇକୋର୍ଟରେ ଦାଖଲ ହୋଇନି ଷ୍ଟାଟସ ରିପୋର୍ଟ। ଏସଆଇଟି ଦେଇଥିବା ପୂର୍ବ ରିପୋର୍ଟକୁ ଅନୁଧ୍ୟାନ କରିଛନ୍ତି କୋର୍ଟ । ଅଧିକ ତଦନ୍ତ ପାଇଁ ଏସଆଇଟିକୁ ୨ ମାସ ସମୟ ଦେଇଛନ୍ତି ହାଇକୋର୍ଟ । ତେବେ ହାଇକୋର୍ଟ ଏସଆଇଟିକୁ ଆଜି ରିପୋର୍ଟ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଥିଲେ। ସେପଟେ ଷ୍ଟାଟସ ରିପୋର୍ଟ ଦାଖଲ କରିନଥିବା ବେଳେ ରିପୋର୍ଟ ଦାଖଲ ପାଇଁ ଅଧିକ ସମୟ ମାଗିଛି କ୍ରାଇମବ୍ରାଞ୍ଚ ଏସ୍‌ଆଇଟି । ମାର୍ଚ୍ଚ ୨୫ରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ । ପୂର୍ବରୁ ୧୬ ଡିସେମ୍ବରରେ ଏସ୍‌ଆଇଟି ଷ୍ଟାଟସ୍‌‌ ରିପୋର୍ଟ ଦାଖଲ କରିଥିଲା।

ପରୀ ମୃତ୍ୟୁ ମାମଲାର ଅଭିଯୁକ୍ତକୁ ଏସଆଇଟି ପ୍ରଥମେ ନୟାଗଡ ପୋକ୍ସ କୋର୍ଟରେ ହଜାର କରାଇଥିବାବେଳେ ନାବାଳକ ଦର୍ଶାଇ ମାମଲା ଜୁଭେଇନାଲ ଜଷ୍ଟିସ ବୋର୍ଡକୁ ସ୍ଥାନାନ୍ତର କରାଯାଇଥିଲା । ଜୁଭେଇନାଲ କୋର୍ଟ ଗତ ୫ ତାରିଖରେ ଅଭିଯୁକ୍ତକୁ ଅନୁଗୁଳ ବାଳ ସୁଧାର ଗୃହକୁ ପଠାଇଥିଲେ । ନାର୍କୋ ଟେଷ୍ଟ ପାଇଁ ଏସଆଇଟି ଆବେଦନ କରିଥିବା ବେଳେ ଅଭିଯୁକ୍ତ ନାର୍କୋ ଟେଷ୍ଟ ପାଇଁ ରାଜି ହୋଇ ନଥିଲା ।