Odia News Portal

ଓଡିଶା ହାଇକୋର୍ଟରେ ବିଚାରପତି ସଂଖ୍ୟା ବୃଦ୍ଧି

ଓଡ଼ିଶା ହାଇକୋର୍ଟରେ ବିଚାରପତିଙ୍କ ସଂଖ୍ୟା ୩୩କୁ ବୃଦ୍ଧି। ପୂର୍ବରୁ ଅନୁମୋଦିତ ବିଚାରପତିଙ୍କ ସଂଖ୍ୟା ୨୭ ଥିଲା। ତେବେ ଆଉ ୬ ବିଚାରପତିଙ୍କ ସଂଖ୍ୟା ବୃଦ୍ଧି କରାଯିବା ସମ୍ପର୍କରେ କେନ୍ଦ୍ର ଆଇନ ମନ୍ତ୍ରାଳୟ ନିକଟରୁ ରାଜ୍ୟ ଆଇନ ବିଭାଗ ଓ ଉଚ୍ଚ ନ୍ୟାୟାଳୟକୁ ଚିଠି ଆସିଛି। ବିଚାରପତିଙ୍କ ସଂଖ୍ୟା ୨୫ପ୍ରତିଶତ ବୃଦ୍ଧି କରିବାକୁ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଡକ୍ଟର ଏସ୍ ମୁରଲୀଧର ଜାନୁଆରୀ ପ୍ରଥମ ସପ୍ତାହରେ କେନ୍ଦ୍ର ସରକାର ଓ ସର୍ବୋଚ୍ଚ ନ୍ୟାୟାଳୟଙ୍କୁ ସୁପାରିଶ କରିଥିଲେ।
ତଦନ୍ତନୁଯାୟୀ ଆଉ ୬ଜଣ ବିଚାରପତିଙ୍କ ପଦ ଅନୁମୋଦିତ ହୋଇଛି। ସୂଚନାଯୋଗ୍ୟ ଯେ ୨୦୧୪ ପୂର୍ବରୁ ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ଅନୁମୋଦିତ ବିଚାରପତିଙ୍କ ପଦ ୨୨ଥିଲା। ଏହାପରେ ୨୭କୁ ବୃଦ୍ଧି କରାଯାଇଥିଲା। ବର୍ତ୍ତମାନ ହାଇକୋର୍ଟରେ ମୁଖ୍ୟ ବିଚାରପତିଙ୍କୁ ମିଶାଇ ୧୮ ବିଚାରପତି ଅଛନ୍ତି। ହାଇକୋର୍ଟରେ ଏବେ ୧ଲକ୍ଷ ୭୦ହଜାରରୁ ଉର୍ଦ୍ଧ୍ୱ ମାମଲା ବିଚାର ପାଇଁ ପଡିରହିଛି।