Odia News Portal

ଓଡିଶା ରିଅଲ ଇଷ୍ଟେଟ୍ ରେଗୁଲେସନର ନୂଆ ସଦସ୍ୟ ହେଲେ ଗୋପାଳ ଚନ୍ଦ୍ର ପଟ୍ଟନାୟକ

ଓଡିଶା ରିଅଲ ଇଷ୍ଟେଟ୍ ରେଗୁଲେସନ  (ରେରା) ନୂଆ ସଦସ୍ୟ ହେଲେ ଗୋପାଳ ଚନ୍ଦ୍ର ପଟ୍ଟନାୟକ । ଓଡ଼ିଶା ସରକାର ଗୃହ ଓ ନଗର ଉନ୍ନୟନ ବିଭାଗ ରିଅଲ ଇଷ୍ଟେଟ୍ ଆକ୍ଟ ୨୦୧୬ ଏବଂ ଓଡିଶା ରିଅଲ ଇଷ୍ଟେଟ୍ ରେଗୁଲେସନ ଆଣ୍ଡ ଡେଭଲପମେଣ୍ଟ ନିୟମ ୨୦୧୭ ଧାରା ୧୮(୭) ଅନୁଯାୟୀ ଦିଆଯାଇଥିବା କ୍ଷମତାଗୁଡିକର ପ୍ରୟୋଗରେ ରାଜ୍ୟସରକାର ଗୋପାଳକ ଚନ୍ଦ୍ର ପଟ୍ଟନାୟକ  ନିଯୁକ୍ତି ଦେଇ ଖୁସି ବ୍ୟକ୍ତ କରିଛନ୍ତି । ଅଥବା  ଅବସର ପ୍ରାପ୍ତ ଜିଲ୍ଲା ଜଜ୍ ଓଡିଶା ରିଅଲ ଇଷ୍ଟେଟ୍ ନିୟାମକ ପ୍ରାଧିକରଣ ସଦସ୍ୟ ଭାବରେ  ସେ କାର୍ଯ୍ୟଭାର ଗ୍ରହଣ କରିବା ଦିନଠାରୁ ଏହା କାର୍ଯ୍ୟକାରୀ ହେବ ବୋଲି ରାଜ୍ୟପାଳଙ୍କ ନିର୍ଦ୍ଧେଶରେ ସରକାରଙ୍କ ଅତିରିକ୍ତ ସଚିବ ଦେବାଶିଷ ସିଂ ସୂଚନା ଦେଇଛନ୍ତି ।