Odia News Portal

ରାଜ୍ୟରେ ଆଜି ୧୧୦୫୯ ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ବୃଦ୍ଧି ପାଇବାରେ ଲାଗିଛି ମହାମାରୀ ସଂକ୍ରମଣ । ତେବେ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୧୦୫୯ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୭୦୩୪୪୧ରେ ପହଞ୍ଚିଛି। ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୪୮୬୬ ଜଣ ସ୍ଥାନୀୟ ବାସିନ୍ଦା ରହିଥିବା ସମୟରେ ୬୧୯୩ ଜଣ କ୍ବାରେଣ୍ଟାଇନ୍‌ରେ ରହିଛନ୍ତି ।

ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୦୧୦ଜଣ, ଅନୁଗୁଳ ଜିଲ୍ଲାରୁ ୮୫୯ଜଣ, ବଲାଙ୍ଗୀର ଜିଲ୍ଲାରୁ ୧୬୬ଜଣ, ବୌଦ୍ଧ ଜିଲ୍ଲାରୁ ୨୬୧ଜଣ, କଟକ ଜିଲ୍ଲାରୁ ୧୧୩୩ଜଣ, ଦେଓଗଡ଼ ଜିଲ୍ଲାରୁ ୧୦୩ଜଣ, ଢେଙ୍କାନାଳ ଜିଲ୍ଲାରୁ ୩୫୧ଜଣ, ବାଲେଶ୍ୱର ଜିଲ୍ଲାରୁ ୪୦୦ଜଣ, ବରଗଡ଼ ଜିଲ୍ଲାରୁ ୩୬୭ଜଣ, ଭଦ୍ରକ ଜିଲ୍ଲାରୁ ୩୭୭ଜଣ, ଗଜପତି ଜିଲ୍ଲାରୁ ୬୭ଜଣ, ଗଞ୍ଜାମ ଜିଲ୍ଲାରୁ ୧୫୫ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ସେହିଭଳି ଜଗତସିଂହପୁର ଜିଲ୍ଲାରୁ ୩୩୦ଜଣ, ଯାଜପୁର ଜିଲ୍ଲାରୁ ୫୬୪ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୨୨୮ଜଣ, କେନ୍ଦୁଝର ଜିଲ୍ଲାରୁ ୨୦୦ଜଣ, କୋରାପୁଟ ଜିଲ୍ଲାରୁ ୧୭୫ଜଣ, ମାଲକାନଗିରି ଜିଲ୍ଲାରୁ ୯୮ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୬୬୨ଜଣ, ନବରଙ୍ଗପୁର ଜିଲ୍ଲାରୁ ୩୨୨ଜଣ, ନୟାଗଡ଼ ଜିଲ୍ଲାରୁ ୨୪୬ଜଣ, କଳାହାଣ୍ଡି ଜିଲ୍ଲାରୁ ୪୦୭ଜଣ, କନ୍ଧମାଳ ଜିଲ୍ଲାରୁ ୧୦୩ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୩୦୯ଜଣ, ନୂଆପଡ଼ା ଜିଲ୍ଲାରୁ ୪୪ଜଣ, ପୁରୀ ଜିଲ୍ଲାରୁ ୪୩୦ଜଣ, ରାୟଗଡ଼ା ଜିଲ୍ଲାରୁ ୧୭୭ଜଣ, ସମ୍ବଲପୁର ଜିଲ୍ଲାରୁ ୩୭୯ଜଣ, ସୋନପୁର ଜିଲ୍ଲାରୁ ୨୦୪ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୭୨୯ଜଣ, ଷ୍ଟେଟ୍‌ ପୁଲ୍‌ରୁ ୨୦୩ଜଣ ରହିଛନ୍ତି ।