Odia News Portal

ବୃଦ୍ଧି ପାଉଛି ସଂକ୍ରମଣ: ଦିନକରେ ୧୧୦୯୯ ପଜିଟିଭ୍

ଭୁବନେଶ୍ବର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୧୦୯୯ କରୋନା ପଜିଟିଭ୍ ଚିହ୍ନଟ । ଏହାକୁ ମିଶାଇ ରାଜ୍ୟରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୬୪୪୪୦୧ରେ ପହଞ୍ଚିଛି। ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୪୮୮୫ ଜଣ ସ୍ଥାନୀୟ ବାସିନ୍ଦା ରହିଥିବା ବେଳେ ୬୨୧୪ ଜଣ କ୍ବାରେଣ୍ଟାଇନ୍‌ରେ ରହିଛନ୍ତି ।

ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୪୬୦ଜଣ, ଅନୁଗୁଳ ଜିଲ୍ଲାରୁ ୫୫୨ଜଣ, ବଲାଙ୍ଗୀର ଜିଲ୍ଲାରୁ ୨୮୮ଜଣ, ବୌଦ୍ଧ ଜିଲ୍ଲାରୁ ୨୧୩ଜଣ, ଢେଙ୍କାନାଳ ଜିଲ୍ଲାରୁ ୧୬୨ଜଣ, ଗଜପତି ଜିଲ୍ଲାରୁ ୮୨ଜଣ, ଗଞ୍ଜାମ ଜିଲ୍ଲାରୁ ୧୯୬ଜଣ,ବାଲେଶ୍ୱର ଜିଲ୍ଲାରୁ ୪୦୮ଜଣ, ବରଗଡ଼ ଜିଲ୍ଲାରୁ ୩୩୯ଜଣ, ଭଦ୍ରକ ଜିଲ୍ଲାରୁ ୪୩୧ଜଣ,କଟକ ଜିଲ୍ଲାରୁ ୮୬୭ଜଣ, ଦେଓଗଡ଼ ଜିଲ୍ଲାରୁ ୧୦୭ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ସେହିଭଳି ଜଗତସିଂହପୁର ଜିଲ୍ଲାରୁ ୩୦୨ଜଣ, ଯାଜପୁର ଜିଲ୍ଲାରୁ ୩୭୮ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୩୦୭ଜଣ, କଳାହାଣ୍ଡି ଜିଲ୍ଲାରୁ ୨୯୯ଜଣ, କନ୍ଧମାଳ ଜିଲ୍ଲାରୁ ୮୮ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୧୫୬ଜଣ, କେନ୍ଦୁଝର ଜିଲ୍ଲାରୁ ୧୬୫ଜଣ, କୋରାପୁଟ ଜିଲ୍ଲାରୁ ୨୮୦ଜଣ, ମାଲକାନାଗିରି ଜିଲ୍ଲାରୁ ୧୦୨ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୫୦୭ଜଣ, ନବରଙ୍ଗପୁର ଜିଲ୍ଲାରୁ ୩୫୧ଜଣ, ନୟାଗଡ଼ ଜିଲ୍ଲାରୁ ୨୭୭ଜଣ, ନୂଆପଡ଼ା ଜିଲ୍ଲାରୁ ୨୩୨ଜଣ, ପୁରୀ ଜିଲ୍ଲାରୁ ୩୫୬ଜଣ, ରାୟଗଡ଼ା ଜିଲ୍ଲାରୁ ୧୭୦ଜଣ, ସମ୍ବଲପୁର ଜିଲ୍ଲାରୁ ୫୪୭ଜଣ, ସୋନପୁର ଜିଲ୍ଲାରୁ ୨୫୨ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୯୮୩ଜଣ , ଷ୍ଟେଟ୍‌ ପୁଲ୍‌ରୁ ୨୪୨ଜଣ ରହିଛନ୍ତି ।