Odia News Portal

ରାଜ୍ୟରେ ଆଉ ୩୨୫ ନୂଆ କରୋନା ଆକ୍ରାନ୍ତଙ୍କ ଚିହ୍ନଟ

ଆଜି ରାଜ୍ୟରେ ୩୨୫ ଜଣ ନୂଆ କରୋନା ଆକ୍ରାନ୍ତଙ୍କ ଚିହ୍ନଟ ହୋଇଛନ୍ତି |ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି | ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ୧୮୭ ଜଣ କ୍ୱାରେଣ୍ଟାଇନ୍‌ରେ ଥିଲା ବେଳେ ୧୩୮ଟି ହେଉଛନ୍ତି ଲୋକାଲ୍ କେସ୍‌।

୨୪ଟି ଜିଲ୍ଲା ଓ ଷ୍ଟେଟ୍‌ ପୁଲ୍‌ରୁ ଚିହ୍ନଟ ହୋଇଥିବା ଏହି ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୬ ଜଣ ଅଛନ୍ତି। ସେହିପରି ଅନୁଗୋଳ ଜିଲ୍ଲାରୁ ୩୨ ଜଣ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱରରୁ ୨୮, କେନ୍ଦ୍ରାପଡ଼ାରୁ ୧୦, କେନ୍ଦୁଝରରୁ ୧୧, ମୟୂରଭଞ୍ଜରୁ ୧୮, ନବରଙ୍ଗପୁରରୁ ୨ ଜଣ ଚିହ୍ନଟ ହୋଇଛନ୍ତି |

ସେହିଭଳି ନୟାଗଡ଼ରୁ ୪, ନୂଆପଡ଼ାରୁ ୧୮, ପୁରୀରୁ ୪, ସମ୍ବଲପୁରରୁ ୨୧, ଜଗତସିଂହପୁରରୁ ଜଣେ, ଯାଜପୁରରୁ ୧୭, ଝାରସୁଗୁଡ଼ାରୁ ୧୧,ବରଗଡ଼ରୁ ୧୮, ଭଦ୍ରକରୁ ୪, ବଲାଙ୍ଗିରରୁ ୧୨, କଟକରୁ ୧୯, ଦେବଗଡ଼ରୁ ୪, ଢେଙ୍କାନାଳରୁ ଜଣେ, ଗଞ୍ଜାମରୁ ୫, ସୋନପୁରରୁ ୨ ଓ ସୁନ୍ଦରଗଡ଼ରୁ ୩୩ ଜଣ ଚିହ୍ନଟ ହୋଇଛନ୍ତି।

ଷ୍ଟେଟ୍‌ ପୁଲ୍‌ରୁ ୯ ଜଣ ଚିହ୍ନଟ ହୋଇଥିବା ବେଳେ ୬ଟି ଜିଲ୍ଲାରୁ ଜଣେ ବି ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇ ନାହାନ୍ତି। ସେହି ଜିଲ୍ଲା ଗୁଡ଼ିକ ହେଉଛି- ବୌଦ୍ଧ, ଗଜପତି, କୋରାପୁଟ, ମାଲକାନଗିରି, ରାୟଗଡ଼ା ଓ କନ୍ଧମାଳ। ୩୨୫ଟି ନୂଆ କେସ୍ ସହିତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୨୭,୮୬୭ରେ ପହଞ୍ଚିଥିବା ବେଳେ ୩,୨୨,୯୭୨ ଜଣ ସୁସ୍ଥ ହୋଇସାରିଛନ୍ତି। ୨,୯୮୯ ଜଣ ଚିକିତ୍ସାଧୀନ ଅଛନ୍ତି। ସେହିପରି ଏଯାବତ୍ ରାଜ୍ୟରେ କରୋନାରେ ୧,୮୫୩ ଜଣଙ୍କ ମୃତ୍ୟୁ ହୋଇସାରିଲାଣି।