Odia News Portal

ରାଜ୍ୟରେ ଚିହ୍ନଟ ହେଲେ ୩୫୮ ନୂଆ ଆକ୍ରାନ୍ତ,ଅନୁଗୁଳ ଜିଲ୍ଲାରୁ ସର୍ବାଧିକ

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୩୫୮ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୨୫୫୦୫ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି ।ଏହି ଆକ୍ରାନ୍ତଙ୍କ ମଧ୍ୟରୁ ୨୦୮ ଜଣ କ୍ୱାରେଣ୍ଟାଇନ୍‌ ଥିଲେ। ବାକି ୧୫୦ ଟି ହେଉଛି ଲୋକାଲ୍ କେସ୍। ୨୭ଟି ଜିଲ୍ଲା ଓ ଷ୍ଟେଟ୍ ପୁଲ୍‌ରୁ ଏହି ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଗରେ ରହିଛି ଅନୁଗୁଳ ଜିଲ୍ଲା।

ଅନୁଗୁଳ ଜିଲ୍ଲାରୁ ସର୍ବାଧିକ ୫୨ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱରରେ ୩୫ ଜଣ, ବରଗଡ଼ରେ ୭ ଜଣ , ଭଦ୍ରକରେ ଜଣେ , ବଲାଙ୍ଗିରରେ ୧୩ ଜଣ , କଟକରେ ୨୮ ଜଣ, ଦେବଗଡ଼ରେ ୪ ଜଣ , ଢେଙ୍କାନାଳରେ ୫ ଜଣ, ଗଞ୍ଜାମରେ ୫ ଜଣ , ଗଜପତି ୪ ଜଣ, ଜଗତସିଂହପୁରରେ ୪ ଜଣ , ଯାଜପୁରରେ ୧୫ ଜଣ, ଝାସୁଗୁଡ଼ାରେ ୬ ଜଣ , କଳାହାଣ୍ଡିରେ ୪ ଜଣ , କେନ୍ଦ୍ରାପଡ଼ାରେ ୧୧ ଜଣ , କେନ୍ଦୁଝରରେ ୮ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି |

ସେହିଭଳି କୋରାପୁଟରେ ୮ ଜଣ, ଖୋର୍ଦ୍ଧାରେ ୩୬ ଜଣ, ମୟୂରଭଞ୍ଜରେ ୧୭ ଜଣ, ନବରଙ୍ଗପୁରରେ ୬ ଜଣ, ନୟାଗଡ଼ରେ ଜଣେ , ନୂଆପଡ଼ାରେ ୨୬ ଜଣ, ପୁରୀରେ ଜଣେ , ରାୟଗଡ଼ାରେ ଜଣେ , ସମ୍ବଲପୁରରେ ୨୧ ଜଣ ଓ ସୋନପୁରରେ ଜଣେ , ସୁନ୍ଦରଗଡ଼ରେ ୨୯ ଚିହ୍ନଟ ହୋଇଥିବା ବେଳେ ଷ୍ଟେଟ୍ ପୁଲ୍‌ରୁ ୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି | ରାଜ୍ୟରେ ସମୁଦାୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୨୫,୫୦୫ରେ ପହଞ୍ଚିଥିବା ବେଳେ ୩,୨୦,୫୮୪ ଜଣ ସୁସ୍ଥ ହୋଇସାରିଛନ୍ତି। ୩,୦୩୯ ଜଣ ଚିକିତ୍ସାଧୀନ ରହିଛନ୍ତି।