Odia News Portal

ରାଜ୍ୟରେ ଆଜି ୩୬୬୪ କରୋନା ପଜିଟିଭ୍

* ଖୋର୍ଦ୍ଧାରୁ ସର୍ବାଧିକ ୭୦୪ ଜଣ ସଂକ୍ରମିତ ଚିହ୍ନଟ |

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୩୬୬୪ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୬୮୨୫୮ରେ ପହଞ୍ଚିଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୨୧୨୭ ଜଣ କ୍ବାରେଣ୍ଟାଇନ୍‌ରେ ରହିଥିବା ବେଳେ ୧୫୩୭ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି ।

ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ ୫୯ଜଣ, ବଲାଙ୍ଗୀର ଜିଲ୍ଲାରୁ ୭୯ଜଣ, ବୌଦ୍ଧ ଜିଲ୍ଲାରୁ ୬ଜଣ,ବାଲେଶ୍ୱର ଜିଲ୍ଲାରୁ ୩୯ଜଣ, ବରଗଡ଼ ଜିଲ୍ଲାରୁ ୨୧୦ଜଣ, ଭଦ୍ରକ ଜିଲ୍ଲାରୁ ୨୭ଜଣ, କଟକ ଜିଲ୍ଲାରୁ ୧୯୮ଜଣ, ଦେଓଗଡ଼ ଜିଲ୍ଲାରୁ ୩୦ଜଣ,ଯାଜପୁର ଜିଲ୍ଲାରୁ ୫୮ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୧୮୩ଜଣ, କଳାହାଣ୍ଡି ଜିଲ୍ଲାରୁ ୩୨୪ଜଣ, କନ୍ଧମାଳ ଜିଲ୍ଲାରୁ ୧୬ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୨୯ଜଣ, କେନ୍ଦୁଝର ଜିଲ୍ଲାରୁ ୫୬ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୭୦୪ଜଣ, କୋରାପୁଟ ଜିଲ୍ଲାରୁ ୩୯ଜଣ ଚି଼ହ୍ନଟ ହୋଇଛନ୍ତି |

ସେହିଭଳି ମାଲକାନଗିରି ଜିଲ୍ଲାରୁ ୪ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୧୧୯ଜଣ, ନବରଙ୍ଗପୁର ଜିଲ୍ଲାରୁ ୮୧ଜଣ, ନୟାଗଡ଼ ଜିଲ୍ଲାରୁ ୨୮ଜଣ, ଢେଙ୍କାନାଳ ଜିଲ୍ଲାରୁ ୪୭ଜଣ, ଗଜପତି ଜିଲ୍ଲାରୁ ୬୩ଜଣ, ଗଞ୍ଜାମ ଜିଲ୍ଲାରୁ ୬୬ଜଣ, ଜଗତସିଂହପୁର ଜିଲ୍ଲାରୁ ୬୮ଜଣ, ନୂଆପଡ଼ା ଜିଲ୍ଲାରୁ ୨୨୧ଜଣ, ପୁରୀ ଜିଲ୍ଲାରୁ ୧୪୩ଜଣ, ରାୟଗଡ଼ା ଜିଲ୍ଲାରୁ ୫୭ଜଣ, ସମ୍ବଲପୁର ଜିଲ୍ଲାରୁ ୧୯୯ଜଣ, ସୋନପୁର ଜିଲ୍ଲାରୁ ୧୬ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୩୪୦ଜଣ, ଷ୍ଟେଟ୍‌ ପୁଲ୍‌ରୁ ୧୫୫ଜଣ ରହିଛନ୍ତି ।