Odia News Portal

୨୪ ଘଣ୍ଟାରେ ସର୍ବାଧିକ ୪୦ ଜୀବନ ନେଲା କିଲର୍ ଭାଇରସ୍

ଭୁବନେଶ୍ୱର: ରାଜ୍ୟରେ କମିବାରେ ଲାଗିଛି ସଂକ୍ରମଣର ମାତ୍ରା କିନ୍ତୁ କରୋନା ମୃତ୍ୟୁ କିନ୍ତୁ ଥମିବାର ନାଁ ଧରୁନି । ତେବେ ଗତ ୨୪ ଘଣ୍ଟା ମଧ୍ୟରେ ୮୩୯୯ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସମୟରେ ସର୍ବାଧିକ ୪୦ ଜଣ ଆକ୍ରାନ୍ତ ଜୀବନ ନେଇଛି ମହାମାରୀ। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୮୩୧କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

ତେବେ ମୃତକଙ୍କ ମଧ୍ୟରୁ କଟକ, ଖୋର୍ଦ୍ଧା, ଅନୁଗୁଳ ଓ କଳାହାଣ୍ଡି ଜିଲ୍ଲାରୁ ୫ ଜଣଙ୍କ ମୃତ୍ୟୁ ହୋଇଥିବା ସମୟରେ ଝାରସୁଗୁଡାରୁ ୪, ରାୟଗଡା ଓ ବୌଦ୍ଧରୁ ୩ ଜଣ ଲେଖାଏଁ ରହିଛନ୍ତି । ସେହିପରି ସମ୍ବଲପୁର ଓ ନବରଙ୍ଗପୁର, ଦେଓଗଡରୁ ୨ ରହିଥିବା ବେଳେ ଯାଜପୁର, ମାଲକାନଗିରି,ବାଲେଶ୍ଵର, ଢେଙ୍କାନାଳରୁ ଜଣେ ଲେଖାଏଁ ରହିଛନ୍ତି।