Odia News Portal

ୟାସ୍ ପାଇଁ କମିଲା ସଂକ୍ରମଣ: ଆଜି ୬୭୩୬ ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର: ଓଡ଼ିଶାରେ ତାଣ୍ଡବ ରଚିଛି ବାତ୍ୟା ୟାସ୍ । ଆଉ ଇତି ମଧ୍ୟରେ ସମ୍ଭାବ୍ୟ ବାତ୍ୟା ୟାସ୍ କାରଣରୁ ଆଜି ସଂକ୍ରମଣର ମାତ୍ରା କମିଛି ।ବାତ୍ୟା କାରଣରୁ ଟେଷ୍ଟିଂ କମିଥିବା ସମୟରେ ଆଜି ସଂକ୍ରମଣର ମାତ୍ରା ମଧ୍ୟ କମିଛି ।ତେବେ ଗତ ୨୪ ଘଣ୍ଟା ମଧ୍ୟରେ ୬୭୩୬ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୭୩୨୭୩୯ରେ ପହଞ୍ଚିଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ୨୯୬୨ ଜଣ ସ୍ଥାନୀୟ ବାସିନ୍ଦା ରହିଥିବା ବେଳେ ୩୭୭୪ ଜଣ କ୍ବାରେଣ୍ଟାଇନ୍‌ରେ ରହିଛନ୍ତି ।

ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ ୭୮୮ଜଣ,ସୁନ୍ଦରଗଡ଼ ଜିଲ୍ଲାରୁ ୭୨୦ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୫୧୭ଜଣ, ବଲାଙ୍ଗୀର ଜିଲ୍ଲାରୁ ୧୪୪ଜଣ, ବୌଦ୍ଧ ଜିଲ୍ଲାରୁ ୨୬୨ଜଣ, କଟକ ଜିଲ୍ଲାରୁ ୩୬୨ଜଣ, ଦେଓଗଡ଼ ଜିଲ୍ଲାରୁ ୬୪ଜଣ, ଢେଙ୍କାନାଳ ଜିଲ୍ଲାରୁ ୧୭୮ଜଣ, ଗଜପତି ଜିଲ୍ଲାରୁ ୮୦ଜଣ, ଗଞ୍ଜାମ ଜିଲ୍ଲାରୁ ୧୯୬ଜଣ, ବାଲେଶ୍ୱର ଜିଲ୍ଲାରୁ ୭୧ଜଣ, ବରଗଡ଼ ଜିଲ୍ଲାରୁ ୪୦୫ଜଣ, ଭଦ୍ରକ ଜିଲ୍ଲାରୁ ୨୦୬ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ସେହିଭଳି ଜଗତସିଂହପୁର ଜିଲ୍ଲାରୁ ୧୦୬ଜଣ , ଯାଜପୁର ଜିଲ୍ଲାରୁ ୩୭୪ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୧୨୦ଜଣ, କଳାହାଣ୍ଡି ଜିଲ୍ଲାରୁ ୨୪୧ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୨୪ଜଣ, କେନ୍ଦୁଝର ଜିଲ୍ଲାରୁ ୨୪ଜଣ, କୋରାପୁଟ ଜିଲ୍ଲାରୁ ୨୧୯ଜଣ, ମାଲକାନଗିରି ଜିଲ୍ଲାରୁ ୯୮ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୩୪ଜଣ, ନବରଙ୍ଗପୁର ଜିଲ୍ଲାରୁ ୨୮୨ଜଣ, ନୟାଗଡ଼ ଜିଲ୍ଲାରୁ ୨୦୭ଜଣ, ନୂଆପଡ଼ା ଜିଲ୍ଲାରୁ ୪୮ଜଣ, ପୁରୀ ଜିଲ୍ଲାରୁ ୨୬୫ଜଣ, ରାୟଗଡ଼ା ଜିଲ୍ଲାରୁ ୧୨୩ଜଣ, ସମ୍ବଲପୁର ଜିଲ୍ଲାରୁ ୩୦୯ଜଣ, ସୋନପୁର ଜିଲ୍ଲାରୁ ୮୨ଜଣ, ଷ୍ଟେଟ୍‌ ପୁଲ୍‌ରୁ ୧୦୨ଜଣ ରହିଛନ୍ତି ।