Odia News Portal

ଆଉ ୭୧ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୭୧ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୩୮୧୯୨ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୪୩ ଜଣ କ୍ବାରେଣ୍ଟାଇନ୍‌ରେ ରହିଥିବା ବେଳେ ୨୮ ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି ।

ତେବେ ଆଜିର ସଂକ୍ରମିତ ମାନଙ୍କ ମଧ୍ୟରୁ ଅନୁଗୁଳରୁ ୨,ବାଲେଶ୍ୱର ୫,ବରଗଡ଼ ୪,ବଲାଙ୍ଗୀର ୩,ଗଜପତି ୩ ,ଗଞ୍ଜାମ ୬ ,ଯାଜପୁର ୭ ,ଝାରସୁଗୁଡ଼ା ୨, ଖୋର୍ଦ୍ଧା ୧୧ ,କୋରାପୁଟ , ମୟୁରଭଞ୍ଜ ୬ ,ନୟାଗଡ଼ ୨, ନୂଆପଡ଼ା ୨, ପୁରୀ ୨, ସମ୍ବଲପୁର ୫,ସୁନ୍ଦରଗଡ଼ ୪, ଷ୍ଟେଟ ପୁଲ୍ ୨,ସେହିଭଳି କୋରାପୁଟ,ରାୟଗଡ଼ା, କନ୍ଧମାଳରେ ସଂକ୍ରମିତଙ୍କ ସଂଖ୍ୟା ୧ଲେଖାଏଁ ଅଛି |ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୩ ଲକ୍ଷ ୩୮ ହଜାର ୧୯୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥି ମଧ୍ୟରୁ ୬୫୧ ଜଣ ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୩ ଲକ୍ଷ ୩୫ ହଜାର ୫୬୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୧୯୧୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୩ ଜଣଙ୍କ ମୃତ୍ୟୁ ଅନ୍ୟ ରୋଗ ଯୋଗୁଁ ହୋଇଛି। ଏବେ ସୁଦ୍ଧା ରାଜ୍ୟରେ ୮୬ ଲକ୍ଷ ୨୧ ହଜାର ୭୧୫ ସାମ୍ପୁଲ ଟେଷ୍ଟ୍ ହୋଇଛି।