ଆମରଣ ଅନଶନ ସହିତ ରାଜ୍ୟରେ ଜାରିରହିଥିବା କାର୍ଯ୍ୟବନ୍ଦ ଆନ୍ଦୋଳନକୁ ସ୍ଥଗିତ ରଖିଲା ଓଡ଼ିଶା ରାଜ୍ୟ ବେସରକାରୀ ଅଧ୍ୟାପକ କର୍ମଚାରିସଂଘ By Swadhikar News Last updated Sep 22, 2025 ଗତକାଲି ବିଳମ୍ବିତ ରାତିରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ପ୍ରତିନିଧି ମାନନୀୟ ଏକାମ୍ର ବିଧାୟକ ଶ୍ରୀଯୁକ୍ତ ବାବୁ ସିଂ, ମାନନୀୟ ପିପିଲି ବିଧାୟକ ଶ୍ରୀଯୁକ୍ତ ଆଶ୍ରିତ ପଟ୍ଟନାୟକ ଓ ଉଚ୍ଚଶିକ୍ଷାବିଭାଗର ନିର୍ଦେଶକ କାଳୀପ୍ରସନ୍ନ ମହାପାତ୍ରଙ୍କ ସହିତ ସଂଘର ପାଞ୍ଚ ଜଣିଆ ପ୍ରତିନିଧି ମଣ୍ଡଳୀର ଆଲୋଚନା ମାନନୀୟ ଉଚ୍ଚଶିକ୍ଷା ନିର୍ଦେଶକଙ୍କ ସରକାରୀ କାର୍ଯ୍ୟଳୟରେ ଅନୁଷ୍ଠିତ ହୋଇଯାଇଛି। ୧ଜୁନ ୨୦୦୮ ରୁ ୧ଜୁନ ୨୦୧୮ମଧ୍ୟରେ ନିଯୁକ୍ତି ପାଇଥିବା ସମସ୍ତ ଅଧ୍ୟାପକ ଓ କର୍ମଚାରୀଙ୍କୁ ସରକାରୀ ଅନୁଦାନ ଦାବିରେ ଓଡ଼ିଶା ରାଜ୍ୟ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ସଙ୍ଘର ସଭାପତି ଶ୍ରୀଯୁକ୍ତ ବିଶ୍ୱରଂଜନ ଦାସଙ୍କ ଦ୍ୱାରା ଲୋୟର ପି. ଏମ. ଜି ଧାରଣା ସ୍ଥଳରେ ଜାରିରହିଥିବା ଆମରଣ ଅନଶନକୁ ସାମୟିକ ଭାବେ ସ୍ଥଗିତ ରଖିଛି ସଂଘ। ଏଥିସହିତ ଗତ ୧୬/୦୯/୨୦୨୫ ରିଖ ଶିକ୍ଷକ ଦାବି ଦିବସ ଠାରୁ ଓଡ଼ିଶାର ୧୦୦୦ ରୁ ଉର୍ଦ୍ଧ ମହାବିଦ୍ୟାଳୟରେ ଦୀର୍ଘ ଏକ ମାସ ଧରି ଜାରି ରହିଥିବା କାର୍ଯ୍ୟବନ୍ଦ ଆନ୍ଦୋଳନ ମଧ୍ୟ ସ୍ଥଗିତ ସାମୟିକ ଭାବେ ସ୍ଥଗିତ ରହିଲା। ଆଲୋଚନାରେ ହୋଇଥିବା ନିଷ୍ପତି ଅନୁସାରେ ଆସନ୍ତା ଅକ୍ଟୋବର ଦ୍ୱିତୀୟ ସପ୍ତାହର ୧୦ ରୁ ୨୦ ତାରିଖ ମଧ୍ୟରେ ମାନ୍ୟବର ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି 2008 ରୁ 2018 ଅନୁଦାନ ପାଈଁ ଚୂଡାନ୍ତ ନିଷ୍ପତି ନେବ ବୋଲି ସଂଘକୁ ସରକାରଙ୍କ ତରଫରୁ ଲିଖିତ ପ୍ରତିଶୃତି ପ୍ରାପ୍ତ ହୋଇଛି।ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ସରକାରଙ୍କ ଉପରେ ସଂଘର ଦୃଢ଼ ବିଶ୍ୱାସ ରହିଛି, ଯଦି ସରକାର ପ୍ରତିଶୃତି ରକ୍ଷା ନ କରନ୍ତି ତେବେ ତା ୨୧/୧୦/୨୦୨୫ ରିଖ ପରେ ସଂଘ ପୁନର୍ବାର ଆନ୍ଦୋଳନକୁ ଓହ୍ଲାଲିବ ବୋଲି ସଭାପତି ଶ୍ରୀ ବିଶ୍ୱରଂଜନ ଦାସ କହିଛନ୍ତି। swadhikarswadhikar news Share