Odia News Portal

ଗ୍ୟାଙ୍ଗଷ୍ଟାର ହାଇଦର ଏନକାଉଣ୍ଟର ମାମଲାରେ ନିଜ ଆଡ଼ୁ ମାମଲା ରୁଜୁ କଲେ ରାଜ୍ୟ ମାନବାଧିକାର କମିଶନ

ଭୁବନେଶ୍ୱର: କୁଖ୍ୟାତ ଅପରାଧୀ ତଥା ଗ୍ୟାଙ୍ଗଷ୍ଟାର ଏନକାଉଣ୍ଟର ମାମଲାରେ ନିଜ ଆଡ଼ୁ ମାମଲା ରୁଜୁ କଲା ରାଜ୍ୟ ମାନବାଧିକାର କମିଶନ । ବିଭିନ୍ନ ଗଣମାଧ୍ୟମରେ କବର ପ୍ରସାରଣ ହୋଇଥିଲା । ଯାହାକୁ ଭିତ୍ତିକରି ମାମଲା ରୁଜୁ କରାଯାଇଛି । ଟୁଇନସିଟି ପୋଲିସ କମିଶନର, ଗୃହ ବିଭାଗ ଏସିଏସ୍‌, ପୋଲିସ ଡିଜି, ଜେଲ ବିଭାଗ ଡିଜିଙ୍କୁ ନୋଟିସ କରାଯାଇଛି । ୪ ସପ୍ତାହ ମଧ୍ୟରେ ଜବାବ ରଖିବାକୁ ନିର୍ଦ୍ଦେଶ ଦେଲେ ଓଡ଼ିଶା ମାନବାଧିକାର କମିଶନ ।

ସୂଚନା ଥାଉକି, ଗ୍ୟାଙ୍ଗଷ୍ଟାର ହାଇଦରକୁ କଟକ ଚୌଦ୍ୱାର ଜେଲରୁ ବାରିପଦାକୁ ନିଆଯାଉଥିବା ବେଳେ ପରିଶ୍ରା ବାହାନାରେ ଖସି ଯିବାକୁ ଚେଷ୍ଟା କରୁଥିଲା ହାଇଦର । ଏପରିକି ପୋଲିସ ଅଫିସରଙ୍କଠାରୁ ବନ୍ଧୁକ ଛଡ଼ାଇବାକୁ ଚେଷ୍ଟା କରୁଥିଲା । ଶେଷରେ ଖସି ଯାଉଥିବା ବେଳେ ଏନକାଉଣ୍ଟର କରାଯାଇଥିଲା । ପରେ ବାଲେଶ୍ୱର ଡାକ୍ତରଖାନାରେ ମୃତ୍ୟୁ ହୋଇଥିଲା । ପରିବାର ଲୋକେ ଅଭିଯୋଗ କରିଛନ୍ତି କି, ତାକୁ ଜାଣି ଶୁଣି ମରାଯାଇଛି । ଗୋଟିଏ ଜେଲରୁ ଅନ୍ୟ ଏକ ଜେଲକୁ ସ୍ଥାନାନ୍ତର କରାଯାଉଥିବା ପରିବାର ଲୋକଙ୍କୁ ଜେଲର ଜଣାଇନଥିଲେ ।