Odia News Portal

ଅଲିଭି ରିଡ଼େଲ ସାମୁଦ୍ରିକ କଇଁଛଙ୍କ ସୁରକ୍ଷା ପାଈଁ ମାଛ ଧରିବା ଉପରେଲାଗିଲା କଟକଣା

ବିରଳ ସାମୁଦ୍ରିକ ପ୍ରଜାତି ର ଅଲିଭି ରିଡଲେ ଙ୍କ ଆଗମନ ପାଇଁ ପୁରୀ ଜିଲ୍ଲା ଅସ୍ତରଙ୍ଗ ଦେବୀ ନାସି ରୁ କେଳୁଣୀ ମୁହାଁଣ ପର୍ଯ୍ୟନ୍ତ ସମୁଦ୍ର ରେ ମାଛ ଧରିବା ଉପରେ ଆଜି ଠୁ ଲାଗିଲା କଟକଣା। ନଭେମ୍ବର ୧ରୁ ଆସନ୍ତାବର୍ଷ ମଇ ୩୧ପର୍ଯ୍ୟନ୍ତ  ଅସ୍ତରଙ୍ଗର ଦେବୀ ମୁହାଣର ଉତ୍ତର ପାର୍ଶ୍ଵ ୧୦କିଲୋମିଟର ଏବଂ ଦକ୍ଷିଣ ପାର୍ଶ୍ୱ ୧୦କିଲୋମିଟର ପରିମିତ ସ୍ଥାନ ସମ୍ବେଦନଶୀଳ ଅଞ୍ଚଳ ଭାବେ ଚିହ୍ନଟ ହୋଇଛି। ସାମୁଦ୍ରିକ ପରିସଂସ୍ଥାର ସ୍ଥିତି ସୁରକ୍ଷିତ ରଖିବା ଏବଂ ଆକର୍ଷଣ ବୃଦ୍ଧି ପାଇଁ ଅଲିଭ ରିଡଲେଙ୍କ ମହତ୍ତ୍ୱପୂର୍ଣ୍ଣ ଭୂମିକାକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ବ୍ୟୟ ବରାଦ ହୋଇଛି।ପ୍ରତିବର୍ଷ ଭଳି ଶୀତ ଋତୁରେ ପୁରୀ ଜିଲ୍ଲା ଅସ୍ତରଙ୍ଗ ଦେବୀ ନଦୀ ମୁହାଣ ଠାରୁ କେଳୁଣୀ ମୁହାଣ ପର୍ଯ୍ୟନ୍ତ କଟକଣା ଲାଗୁହୋଇଛି।ମିଳନ ପାଇଁ ଅଲିଭ ରିଡଲେ ସାମୁଦ୍ରିକ କଇଁଛଙ୍କ ସମୁଦ୍ର ମଧ୍ୟରେ କଇଁଛଙ୍କ ମିଳନ ହୋଇଥାଏ।ଓଡିଶା ମେରାଇନି ଫିସାରୀ ରେଗୁଲେଟଙ୍ଗି ଆକ୍ଟକୁ କଡାକଡି ପାଳନ ପାଇଁ ନିର୍ଦ୍ଧେଶ ଦିଆଯାଇଛି।ବନବିଭାଗ ଗୋଟିଏ ଟିମ୍, ମସ୍ଚ୍ୟ ବିଭାଗ ଟିମ୍ ରେ ନିୟୋଜିତ ହେବେ। ମାଛଧରା ନିଷେଧ ଅଂଚଳରେ ଟ୍ରଲର ନିୟମ ଭଙ୍ଗ କଲେ ଟ୍ରଲର ମାଲିକ ଙ୍କ ବିରୋଧରେ ମସ୍ଚ୍ୟବିଭାଗ ତରଫରୁ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନିଆଯିବ। ଅଭ୍ୟାସଗତ ନିୟମଭଙ୍ଗକାରୀଙ୍କ ଲାଇସେନ୍ସ ବାତିଲ କରାଯିବ ବୋଲି ଅସ୍ତରଙ୍ଗ ସହକାରୀ ମସ୍ଚ୍ୟ ଅଧିକାରୀ ସତ୍ୟବ୍ରତ ଦାସ ସୂଚନା ଦେଇଛନ୍ତି। ପାଟ୍ରୋଲିଂ ଓ ଚଢ଼ାଉ ବେଳେ ପୁଲିସ ବାହିନୀ ଆବଶ୍ୟକତା ସହାୟତା ଯୋଗାଇ ଦେବାକୁ କୁହାଯାଇଛି। ନଭେମ୍ବର ୧ରୁ ମେ ୩୧ତାରିଖ ପର୍ଯ୍ୟନ୍ତ ଅଲିଭ ରିଡଲେଙ୍କ ଆଗମନ, ସମାଗମ ଓ ଅଣ୍ଡାଦାନ ପ୍ରକ୍ରିୟା ସମୟ। ଯଦିଓ ଦେଢ଼ ମାସରୁ ଦୁଇ ମାସ ପର୍ଯ୍ୟନ୍ତ ସେମାନେ କୂଳକୁ ଆସନ୍ତି ନାହିଁ କିନ୍ତୁ ଏଥିପାଇଁ ସତର୍କ ଦୃଷ୍ଟି ରଖାଯାଇଥାଏ। ବିଶେଷକରି ଅସ୍ତରଙ୍ଗ ର ଦେବୀ ମୁହାଣର ଉତ୍ତରର ୧୦କିଲୋମିଟର ଓ ଦକ୍ଷିଣ ପାର୍ଶ୍ୱରେ ୧୦କିଲୋମିଟର ଅଞ୍ଚଳ କୁ ଡ଼ଙ୍ଗା ଓ ଟ୍ରଲର ପ୍ରବେଶ ନିଷିଦ୍ଧ କରାଯାଏ। ନିୟମ ଅନୁସାରେ ମୋଟର ଦ୍ୱାରା ପରିଚାଳିତ ଡ଼ଙ୍ଗାଗୁଡିକ ସମୁଦ୍ରକୂଳରୁ ୫କିମି ପରବର୍ତ୍ତୀ ଜଳଭାଗରେ ଏବଂ ଟ୍ରଲର ଗୁଡିକ ୨୦କିଲୋମିଟର ପରବର୍ତ୍ତୀ ଜଳଭାଗରେ ମାଛ ଧରିବାରେ ନିୟମ ରଖାଯାଇଛି।ଅଲିଭି ରିଡଲେ ଙ୍କ ଆଗମନକୁ ଦୃଷ୍ଟିରେ ରଖି ମସ୍ଚ୍ୟଜୀବି ଙ୍କୁ ମାଛ ଧରିବାକୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି। କଇଁଛଙ୍କ ସୁରକ୍ଷା ପାଇଁ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି। ଅସ୍ତରଙ୍ଗ ବନବିଭାଗ ତରଫରୁ ୪ଗୋଟି ହାଚେରୀ ଯଥା ଗଙ୍ଗାଦେବୀ, ଦେବୀନାସି,ଡ଼ାଳୁଅକଣି ଓ ଜାହାନିଆ ରେ କରାଯାଇଛି ବୋଲି ଅସ୍ତରଙ୍ଗ ବନ୍ୟପ୍ରାଣୀ ବନାଞ୍ଚଳ ଅଧିକାରିଣୀ ମୋନାଲିଶା ମହାପାତ୍ର ସୂଚନା ଦେଇଛନ୍ତି।ଆଇନି ଭଙ୍ଗକାରୀ ଟ୍ରଲର ଓ ମୋଟର ବୋଟ ମସ୍ଚ୍ୟଜୀବିଙ୍କ ଉପରେ ନଜର ରଖିବ। ଉପକୂଳରୁ ୨୦କିଲୋମିଟର ମଧ୍ୟରେ କଇଁଛ ମାନେ ସମବେତ ହୋଇ ଭାସମାନ ଅବସ୍ଥାରେ ୪୫ରୁ ୬୦ଦିନ ଧରି ମିଳନ ପରେ ଅଣ୍ଡାଦାନ ପାଇଁ ସକ୍ଷମ ହୋଇଥାନ୍ତି। କୃତ୍ରିମ ପ୍ରଜନନ ପାଇଁ ଅସ୍ତରଙ୍ଗ ଉପକୂଳ ରେ ହାଚେରୀ କରାଯାଇଛି। କଇଁଛ ମାନଙ୍କ ଅଣ୍ଡାଦାନ ପରେ ସେମାନଙ୍କୁ ସଠିକ ଢଙ୍ଗରେ ସ୍ଥାନାନ୍ତର କରିବା ଯେତିକି ଗୁରୁତ୍ୱପୂର୍ଣ୍ଣ, ସେମାନଙ୍କର ଯତ୍ନ ତା ‘ଠୁ ଅଧିକ ଗୁରୁତ୍ୱପୂର୍ଣ୍ଣ। ବିଶେଷ କରି କେଉଁ ସମୟରେ ଅଣ୍ଡାଗୁଡିକୁ ସ୍ଥାନାନ୍ତର କରିବେ, ହାଚେରୀ ମଧ୍ୟରେ ଅଣ୍ଡା ଗୁଡିକ ମଧ୍ୟରେ କେତେ ବ୍ୟବଧାନ ରଖାଯିବ, ଲହଡି ଠାରୁ ହାଚେରୀ ଦୂରରେ ରହିବା ନେଇ ଧ୍ୟାନ ରଖିବା, ବସା ଚିହ୍ନଟ କରି ରାତିରେ ସଂଗ୍ରହ କରିବା, କୁକୁର ଓ ଅନ୍ୟ ହିଂସ୍ର ପ୍ରାଣୀ ଯେଭଳି ହାଚେରି ପର୍ଯ୍ୟନ୍ତ ନ ପହଁଚିବେ ସେନେଇ ଦୃଷ୍ଟି ରଖିବାକୁ  ବନକର୍ମଚାରୀ ଙ୍କୁ ସୂଚନା ପ୍ରଦାନ କରାଯାଇଛି।ଏହି ସମୟରେ ମାଛ ଧରା ଉପରେ ତଟରକ୍ଷୀ ବାହିନୀ, ସାମୁଦ୍ରିକ ମସ୍ଚ୍ୟ ବିଭାଗ, ସାମୁଦ୍ରିକ ଥାନା ପୋଲିସ ଏବଂ ଜଙ୍ଗଲ ବିଭାଗ ପକ୍ଷରୁ ମିଳିତ ପାଟ୍ରୋଲିଂ କରାଯିବ।ପ୍ରତିବର୍ଷ ନଭେମ୍ବର ୧ରୁ ମେ ୩୧ତାରିଖ ମଧ୍ୟରେ ବିରଳ ପ୍ରଜାତିର ଅଲିଭି ରିଡେଲ କଇଁଛ ସଙ୍ଗମ ଓ ଅଣ୍ଡାଦାନ ପାଈଁ ଦେବୀ ନଦୀ ମୁହାଣ ନିକଟକୁ ଆସିଥାନ୍ତି । ଅନ୍ୟ ପଟେ ବିଭିନ୍ନ ସମୟରେ ପ୍ରାକୃତିକ ବିପର୍ଯୟ ଓ ଲଘୁଚାପ ସମୟରେ ମାଛ ମାରିବା ବନ୍ଦ ରହୁଛି । ଯାହା ଫଳରେ ମସ୍ଚ୍ୟଜୀବି ଙ୍କ ଜୀବନ ଜୀବିକା ପ୍ରଭାବିତ ହେଉଛି । ଆଉ ଏବେ କଇଁଛଙ୍କ ଅଣ୍ଡାଦାନ ସମୟ ଆସିଥିବାରୁ ସମୁଦ୍ରରେ ମାଛ ମାରିବା ନେଇ କଟକଣା ଲାଗିଛି । ଏହାକୁ ମସ୍ଚ୍ୟଜୀବି ମାନେ ସ୍ୱାଗତ କରିଥିବା ବେଳେ ସେମାନଙ୍କୁ ଆର୍ଥିକ ସହାୟତା ଯୋଗାଇଦେବା ପାଈଁ ପ୍ରଶାସନ କୁ ଅନୁରୋଧ କରିଛନ୍ତି । ପ୍ରାକୃତିକ ଜୈବବିବିଧତା ରକ୍ଷା ଓ ସମୁଦ୍ରରେ ସନ୍ତୁଳନ ରକ୍ଷା ଦିଗରେ ଅଲିଭି ରିଡ଼େଲ କଇଁଛ ଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିବାରୁ ସେମାନଙ୍କ ସୁରକ୍ଷା ସହ ଅଣ୍ଡାଦାନ ପ୍ରକ୍ରିୟା ଶେଷ ପର୍ଯ୍ୟନ୍ତ ତୀକ୍ଷ୍ଣ ନଜର ରଖିବା ଆବଶ୍ୟକ।