Odia News Portal

ତୃତୀୟ ଲହରୀରେ ଓଡିଶାରେ ୯୫ ପ୍ରତିଶତଙ୍କ ଠାରେ ସାମାନ୍ୟ ଲକ୍ଷଣ ଦେଖାଯାଉଛି

ଓମିକ୍ରନର ସଂକ୍ରମଣ ବଢି ବଢି ଯାଉଛି। କିନ୍ତୁ ଏହାର ପ୍ରଭାବ କମ୍ ରହିଛି । ପ୍ରଥମ ଓ ଦ୍ୱିତୀୟ ଲହରରେ ମୋଟ ୧୫ ପ୍ରତିଶତ ପିଲା କୋରୋନା ସଂକ୍ରମିତ ହୋଇଛନ୍ତି । ଏବେ ରାଜ୍ୟରେ ୧୦ରୁ ୨୦ ପ୍ରତିଶତ ପିଲା ସଂକ୍ରମିତ ହେଉଛନ୍ତି ବୋଲି ରାଜ୍ୟ ସରକାରଙ୍କ କୋରୋନା ପ୍ରେସମିଟରେ ସୂଚନା ଦେଇଛନ୍ତି ଶିଶୁରୋଗ ବିଶେଷଜ୍ଞ ସୁନୀଲ ଅଗ୍ରୱାଲ୍ ।୧୦ ବର୍ଷ ଯାଏ ପିଲା ୫ ପ୍ରତିଶତ ଓ ୧୦ରୁ ୨୦ ବର୍ଷା ଯାଏଁ ୧୦ ପ୍ରତିଶତ ଆକ୍ରାନ୍ତ ହୋଇଛନ୍ତି । ୯୫ ପ୍ରତିଶତ ପିଲାଙ୍କର ଲକ୍ଷଣ ସାମାନ୍ୟ ରହିଛି ବୋଲି ସେ କହିଛନ୍ତି । ଚାରି ପ୍ରତିଶତ ପିଲା କେବଳ ଡାକ୍ତରଖାନା ଆସିଛନ୍ତି । ମାତ୍ର ୧ ପ୍ରତିଶତ ପିଲାଙ୍କୁ ଆଡମିସନ କରିବାକୁ ପଡୁଛି ବୋଲି ସୁନୀଲ ଅଗ୍ରୱାଲ୍ କହିଛନ୍ତି ।