Odia News Portal

ବିଦ୍ୟାଙ୍କୁ ପୁଣି ଜେରା

ପାରଳାଖେମୁଣ୍ଡି ଏସିଏଫଓ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ଏବେବି ରହସ୍ୟ ଘେରରେ ରହିଛି । ତେବେ ପତ୍ନୀ ବିଦ୍ୟାଭାରତୀଙ୍କୁ ପୋଲିସ ପ୍ରଥମ ପର୍ଯ୍ୟାୟରେ ଜେରା କରିଥିବା ବେଳେ ଆଜି ପୁଣି ଥରେ ଜେରା ହେବାର ସମ୍ଭାବନା ରହିଛି । ସୌମ୍ୟରଞ୍ଜନଙ୍କ ମୃତ୍ୟୁକୁ ନେଇ ବିଦ୍ୟାଭାରତୀଙ୍କୁ କରାଯାଇପାରେ ପଚରାଉଚରା ।

କାରଣ ସୋମବାରଠାରୁ ପାରଳାଖେମୁଣ୍ଡିରୁ ପୋଲିସ ଟିମ୍ ତଦନ୍ତ କରିବା ସହିତ ବିଦ୍ୟାଭାରତୀଙ୍କୁ ଜେରା କରିବା ପାଇଁ କପ୍ତିପଦା ଥାନା ଗୌଡଗାଁ ଅଭିମୁଖେ ବାହାରି ଆସିଛି । ତେବେ ଆଜି ବିଦ୍ୟାଭାରତୀଙ୍କ ବାସଭବନରେ ତାଙ୍କୁ ଦ୍ଵିତୀୟ ପର୍ଯ୍ୟାୟରେ ଜେରା କରାଯିବ ।

ଏହାସହିତ ଘଟଣା ଦିନ କଟକରୁ ବିଦ୍ୟାଙ୍କୁ ନେଇ ଆସିଥିବା ଗାଡିର ଡ୍ରାଇଭରଙ୍କୁ ମଧ୍ୟ ଜେରା କରାଯାଇପାରେ । ସବୁଠାରୁ ବଡ କଥା ବିଦ୍ୟାଭାରତୀଙ୍କର ଅନ୍ୟ ଯୁବକଙ୍କ ସହିତ ସମ୍ପର୍କ ଏବଂ ବିଭିନ୍ନ ଦିଗ ଉପରେ ଜେରା କରାଯିବାର ଆଶା କରାଯାଉଛି । ଜେରା ପରେ ପୋଲିସକୁ ଏମିତି କିଛି ତଥ୍ୟ ମିଳିପାରେ ଯାହା ପୁରା ଘଟଣାର ପର୍ଦ୍ଦାଫାଶ କରିପାରିବ ବୋଲି ଗୋଟିଏ ସମ୍ଭାବନା ଦେଖା ଦେଇଛି ।