Odia News Portal

ଦିଲ୍ଲୀରେ ଆରମ୍ଭ ହେଲା ଅନଲକ୍‌-୭, ଜାଣନ୍ତୁ କଣ ଖୋଲା ରହିବ

ନୂଆଦିଲ୍ଲୀ: ଦେଶର ରାଜଧାନୀରେ କରୋନା ସଂକ୍ରମଣ କମିବାରେ ଲାଗିଛି । ଶନିବାର ୭୬ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ମାତ୍ର ଜଣଙ୍କ ମୃତ୍ୟୁ ହୋଇଛି । ରାଜ୍ୟରେ ୦.୦୯ ପ୍ରତିଶତ ସଂକ୍ରମଣ ହାର ହ୍ରାସ ପାଇଥିବା ଦେଖିବାକୁ ମିଳିଛି । ସେପଟେ ଆସନ୍ତକାଲିଠାରୁ ଆରମ୍ଭ ହେବ ଅନଲକ୍‌-୭ । ନୂଆ ନିର୍ଦ୍ଦେଶନାମା ମୁତାବକ ସୋମବାର ଅର୍ଥାତ ଜୁଲାଇ ୧୨ ତାରିଖରୁ ଦିଲ୍ଲୀରେ ଏଜୁକେଶନ ଟ୍ରେନିଂ ଓ ମିଟିଂ ପାଇଁ ସ୍କୁଲ, ଅଡିଟୋରିୟମ ଆଦି ୫୦ ପ୍ରତିଶତ କ୍ଷମତା ସହ ଖୋଲିବ । ହେଲେ ସାଧାରଣ ଭାବେ ଶିକ୍ଷାନୁଷ୍ଠାନ ଖୋଲିବାକୁ ଅନୁମତି ମିଳିନାହିଁ ।

କୌଣସି ପ୍ରକାର ପ୍ରଶିକ୍ଷଣ ଉପରେ କଟକଣା କୋହଳ କରାଯିବା ସହ ଡିଡିଏମଏ ର ଅନୁମତିକୁ ଅନାବଶ୍ୟକ କରାଯାଇଛି । ଏକାଡେମିକ ସମାବେଶକୁ ଅନୁମତି ଦିଆଯାଇଛି । ଯେପରିକି ଗୋଟିଏ କାର୍ଯ୍ୟ, ବକ୍ତୃତା କିମ୍ବା ଏଜୁକେଶନାଲ ଟେନିଂ ପାଇଁ କଟକଣା କୋହଲ କରାଯାଇଛି ।