Odia News Portal

ଖୋଲିଲା ଘଟଗାଁ ମା ତାରିଣୀ ମନ୍ଦିର

ଖୋଲିଲା ଘଟଗାଁର ମା’ ତାରିଣୀ ମନ୍ଦିର । ରାଜ୍ୟର ଅନ୍ୟତମ ପ୍ରସିଦ୍ଧ ଶକ୍ତି ପୀଠ ଘଟଗାଁର ମା’ ତାରିଣୀ ମନ୍ଦିର ମଙ୍ଗଳବାରଠୁ ଖୋଲିଛି।

କରୋନା କଟକଣା ମାନି ମାଆଙ୍କୁ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ । କଟକଣାକୁ ବଧ୍ୟାତାମୂଳକ କରାଯାଇଛି। ମନ୍ଦିର ମଧ୍ୟକୁ ୧୦ ବର୍ଷରୁ କମ ଓ ୬୫ ବର୍ଷରୁ ଅଧିକ ବୟସର ବ୍ୟକ୍ତିଙ୍କୁ ମନା କରା ଯାଇଛି। ଶ୍ରଦ୍ଧାଳୁ ମାନେ ମନ୍ଦିର ମଧ୍ୟକୁ ଭୋଗ ନଡ଼ିଆ, ଧୂପ, ଦୀପ ଆଦି ନେଇପାରିବେ ନାହିଁ। ଏହା ଛଡା ଅନ୍ୟାଦେଶ ପର୍ଯ୍ୟନ୍ତ ମନ୍ଦିରରେ ବିବାହ ଓ ବ୍ରତ ଆଦି ମଧ୍ୟ ବନ୍ଦ ରହିବ। ତେବେ ଅଭିଭାବକ ମାନେ ସେମାନଙ୍କ ପିଲା ମାନଙ୍କର ଚୂଳ ପକାଇବା ପାଇଁ ପାଞ୍ଚ ନମ୍ୱର୍ ଗେଟ୍ ରେ ପ୍ରବେଶ କରି ପାରିବେ। ମାସ୍କ ପିନ୍ଧିବେ ଓ ଅତିକମ୍ ରେ ୬ ଫୁଟ୍ ବ୍ୟବଧାନରେ ପ୍ରବେଶ କରିବେ । ଏକକାଳୀନ ୫ ଜଣରୁ ଅଧିକ ପ୍ରବେଶ କରିବେ ନାହିଁ ।

ଧର୍ମାନୁଷ୍ଠାନର ପ୍ରବେଶ ଓ ପ୍ରସ୍ଥାନ ପଥରେ ସାନିଟାଇଜର ବ୍ୟବସ୍ଥା ରହିବ । ଏହାସହିତ ନିୟମିତ ବ୍ୟବଧାନରେ ଧର୍ମାନୁଷ୍ଠାନ ପରିସରକୁ ସାନିଟାଇଜ୍ କରାଯିବ । ସକାଳ ସାଢେ଼ ୭ଟାରୁ ମଧ୍ୟାହ୍ନ ୧୨ଟା ଓ ଅପରାହ୍ନ ୪ଟାରୁ ୭ଟା ଯାଏଁ ମନ୍ଦିର ଖୋଲା ରହିବ।