Odia News Portal

ସୋଆରେ ମୁଖ ଗହ୍ୱର କର୍କଟ ପରୀକ୍ଷା ସପ୍ତାହ

ଭୁବନେଶ୍ୱର: ବିଶ୍ୱ ସ୍ୱାସ୍ଥ୍ୟ ଦିବସ  ଉପଲକ୍ଷେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନଷ୍ଟିଚ୍ୟୁଟ ଅଫ୍ ଡେଂଟାଲ୍ ସାଇନ୍ସେସ୍, ଇନଷ୍ଟିଚ୍ୟୁଟ  ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ ଏବଂ ସ୍କୁଲ୍ ଅଫ୍ ଫାର୍ମସୁ୍ୟଟିକାଲ୍ ସାଇନ୍ସେସ୍ ର ଏନ୍ଏସ୍ଏସ୍ ଶାଖା ପକ୍ଷରୁ ମୁଖ ଗହ୍ୱର କର୍କଟ ପରୀକ୍ଷା ସପ୍ତାହ ପାଳନ କରାଯାଇଛି ।

ଭୁବନେଶ୍ୱର ଉପକଣ୍ଠ ଦଶପୁର ଗ୍ରାମରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବା ବେଳେ ସୋଆ ଏନ୍ଏସ୍ଏସ୍ ସ୍ୱେଚ୍ଛାସେବୀ ମାନେ ଯୋଗ ଦେଇ ସୂଚାରୁରୂପେ କାର୍ଯ୍ୟ ସମ୍ପାଦନ କରିଥିଲେ । ସମସ୍ତଙ୍କ ନିମନ୍ତେ ଏକ ସୁନ୍ଦର ଏବଂ ସୁସ୍ଥ ବିଶ୍ୱ ଗଠନ ଭଳି ଉକ୍ତି ଏହି କାର୍ଯ୍ୟକ୍ରମର ମୂଳ ମନ୍ତ୍ର ଥିଲା । ଏହି ଅବସରରେ କ୍ୟାନ୍ସର ପରୀକ୍ଷା ସହ ସଚେତନତା ନେଇ ମଧ୍ୟ ଆହ୍ୱାନ ଦିଆଯାଇଥିଲା ।

ଏହି କାର୍ଯ୍ୟକ୍ରମରେ ଆଇଏମ୍ଏସ୍ ପକ୍ଷରୁ ଡାକ୍ତର ସୌର୍ଯ୍ୟ ରଞ୍ଜନ ଦାସ, ଏସ୍ପିଏସ୍ ପକ୍ଷରୁ ଡ. ଶୋଭନ୍ ପଟ୍ଟନାୟକ ଏବଂ ଆଇଡିଏସ୍ ର କମ୍ୟୁନିଟି ବିଭାଗର ପିଜି ଛାତ୍ରଛାତ୍ରୀ, ଡ. ଶର୍ମିଷ୍ଠା ମହାନ୍ତି, ଡ. ଶୈଳଜା ପଣ୍ଡା, ଡ. ମର୍ଲିନ୍ ଜେନା ଏବଂ ଡ. ଉପାସନା ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ ।ସୂଚନାଯୋଗ୍ୟ ଯେ ଆଇଡିଏସ୍  ପକ୍ଷରୁ ଗତ ୫ ତାରିଖ ରୁ ୧୦ ତାରିଖ ପର୍ଯ୍ୟନ୍ତ ୬ ଦିନ ମାଗଣା ମୁଖ ଗହ୍ୱର କର୍କଟ ପରୀକ୍ଷା ସପ୍ତାହ ପାଳନ କରାଯାଉଥିବା ବେଳେ ଅଧିକ ସଂଖ୍ୟକ ଜନସାଧାରଣ ଏହି ମାଗଣା ପରୀକ୍ଷାର ସୁଯୋଗ ଉଠାନ୍ତୁ ବୋଲି ଅନୁରୋଧ କରାଯାଇଛି ।