Odia News Portal

ପଦ୍ମପୁର ପାଇଁ କଂଗ୍ରେସ ଜାରି କଲା ଷ୍ଟାର ପ୍ରଚାରକଙ୍କ ତାଲିକା

ବିଜେଡି ଓ ବିଜେପି ପରେ ପଦ୍ମପୁର ଉପନିର୍ବାଚନ ପାଇଁ କଂଗ୍ରେସ ମଧ୍ୟ ୪୦ ଜଣିଆ ଷ୍ଟାର ପ୍ରଚାରକଙ୍କ ତାଲିକା ଜାରି କରିଛି । ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ ପ୍ରଭାରୀ ଏ.ଚେଲ୍ଲା କୁମାର, ରୁଦ୍ର ରାଜୁ, ପିସିସି ସଭାପତି ଶରତ ପଟ୍ଟନାୟକ, ନିରଞ୍ଜନ ପଟ୍ଟନାୟକ । ଏହା ସହ ନରସିଂହ ମିଶ୍ର, ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ, ଚିରଞ୍ଜିବୀ ବିଶ୍ୱାଳ, ଭକ୍ତ ଦାସ, ସପ୍ତଗିରି ଉଲ୍ଲାକା, ସୁର ରାଉତରାୟ । ତେବେ ଏହି ଷ୍ଟାର ପ୍ରଚାରକ ତାଲିକାରେ ବିଧାୟକ ମହମ୍ମଦ ମୋକିମଙ୍କ ନାଁ ନାହିଁ ।