ପାକିସ୍ତାନ ISI ଏଜେଣ୍ଟଙ୍କ ସହ ଆର୍ଥିକ କାରବାରର ଖୋଳତାଡ଼ ଜୋରଦାର । ଖୋଲୁଛି ଓଟିପି ସେୟାରିଂ ମାମଲାର ଗୁମର । ତଥ୍ୟ ଉଗାରୁଛି ପୁନେରୁ ଗିରଫ ଅଭିଯୁକ୍ତ ଅଭିଜିତ୍ ସଞ୍ଜୟ ଜମ୍ବୁରେ । ତାକୁ ଭୁବନେଶ୍ୱର କ୍ରାଇମବ୍ରାଞ୍ଚ ଏସ୍ଟିଏଫ୍ କାର୍ଯ୍ୟାଳୟରେ ଏସଟିଏଫ୍, ମହାରାଷ୍ଟ୍ର ଏଟିଏସ୍ ଓ ଆଇବି ଟିମ୍ ମିଳିତ ଜେରାରୁ ମିଳିଛି ଚାଞ୍ଚଲ୍ୟକର ତଥ୍ୟ ।
ପୂର୍ବରୁ ଓଡ଼ିଶାରୁ ଗିରଫ ପଠାଣି ସାମନ୍ତ ଲେଙ୍କା ସିମ୍ରୁ ଭାରତର ଆର୍ମି, ବାୟୁସେନା ଓ ନୌସେନାର ମାନଚିତ୍ର ପାକିସ୍ତାନ ଗୁଇନ୍ଦା ଅଧିକାରୀ ଅବଦୁଲ ହମିଦ ପାଖକୁ ଯାଇଛି । ପଶ୍ଚିମବଙ୍ଗର ଗୁଡୁ କୁମାର ମୋବାଇଲ୍ ଦ୍ୱାରା ହମିଦ ପାଖକୁ ଯାଇଥିଲା । ପଠାଣି ସାମନ୍ତ ଅବଦୁଲକୁ ଦେଇଥିବା ସିମ୍ଟି ଗଞ୍ଜାମ ଜିଲ୍ଲାର ବୋଲି ଜଣାପଡିଛି । ଅଭିଜିତର କଲେଜ କିମ୍ବା ସ୍କୁଲ ସାଙ୍ଗ ଏଜେଣ୍ଟ ଅଛନ୍ତି କି ନାହିଁ ଜେରା କରୁଛି ତଦନ୍ତକାରୀ ଟିମ୍ । ମହାରାଷ୍ଟ୍ର ଏଟିଏସ୍ର ୩ ଜଣିଆ ଟିମ୍ ଅଭିଜିତ ସଞ୍ଜୟ ଜମ୍ବୁରେକୁ ମାରାଥନ ଜେରା କରିଛନ୍ତି ।
ଅଭିଜିତର ପାକିସ୍ତାନ ଆର୍ମିର ଟପ୍ ଗୁଇନ୍ଦା ଅଧିକାରୀଙ୍କ ସହ ସମ୍ପର୍କ କଣ ? କେବେଠାରୁ ସମ୍ପର୍କ ? ତାକୁ କି ଦାୟିତ୍ୱ ଦିଆଯାଇଥିଲା ? ଆତଙ୍କବାଦ ଲିଙ୍କରେ କାହାକୁ ଟଙ୍କା ଦେଇଛି ? କେମିତି କାମ କରୁଛି ପାକିସ୍ତାନର ISI ନେଟଓ୍ଵର୍କ ? କେମିତି ହେଉଥିଲା ଟେରର ଫଣ୍ଡିଂ ? ସେନେଇ ଅଭିଜିତ ଜମ୍ବୁରେକୁ ମାରାଥନ୍ ଜେରା ଚାଲିଛି । ମୁମ୍ବାଇରୁ ଗିରଫ ଅଭିଜିତ ସଞ୍ଜୟ ଜୁମ୍ବେରକୁ ୩ ଦିନିଆ ରିମାଣ୍ଡରେ ଆଣିଛି କ୍ରାଇମବ୍ରାଞ୍ଚ ଏସଟିଏଫ୍ । ତଦନ୍ତ ବେଳେ ଜଣା ପିଡିଛି, ଅଭିଜିତ ଜରିଆରେ ହେଉଥିଲା ଆଇଏସ୍ଆଇ ଫଣ୍ଡିଂ ।
୨୦୧୮ରୁ ପାକିସ୍ତାନ ଏଜେଣ୍ଟଙ୍କ ସହ ଯୋଗାଯୋଗରେ ଥିଲା ଅଭିଜିତ । ପାକିସ୍ତାନ ଆର୍ମି ଇଣ୍ଟିଲିଜେନ୍ସ ଅଫିସର ସହ ସେ କଥା ହୋଇଥିଲା । ଏପରିକି ପାକ୍ ଗୁଇନ୍ଦା ଅଫିସର ଭାରତ ଆସି ବିଭିନ୍ନ ସ୍ଥାନରେ ସକ୍ରିୟ ଏଜେଣ୍ଟ କାର୍ଯ୍ୟକ୍ରମ କରିଥିଲେ । ଓଟିପି ସେୟାରିଂ ସ୍କାମରେ ଅଭିଜିତକୁ ମିଶାଇ ମୋଟ ୬ଜଣଙ୍କୁ ଗିରଫ କରିଛି ଏସଟିଏଫ୍ । ଏବେ ସୁଦ୍ଧା ମିଳିଛି ଆତଙ୍କୀ ଲିଙ୍କ୍ର ଗୁରୁତ୍ୱପୂର୍ଣ୍ଣ ସୁରାକ୍ ।