Odia News Portal

ପଳାଶୁଣୀରେ ଦୁର୍ଘଟଣା ଘଟାଇଥିବା ଡ୍ରାଇଭର ଗିରଫ

ଭୁବନେଶ୍ୱର ପଳାଶୁଣୀରେ ସିରିଜ ଦୁର୍ଘଟଣା ମାମଲାରେ ହାଇୱା ଡ୍ରାଇଭର ସୌଭାଗ୍ୟ ରଂଜନ ପାତ୍ର ଗିରଫ । ଆଜି ସକାଳେ ତାକୁ ଖୋର୍ଦ୍ଧା ବେଗୁନିଆରୁ ଗିରଫ କରାଯାଇଛି । ଘଟଣାଦିନ ଅସାବଧାନତା, ବେପରୁଆ ଗାଡ଼ି ଚାଳନା ଯୋଗୁ ସିରିଜ ଦୁର୍ଘଟଣା ଘଟିଥିଲା । ହାଇୱାରେ ୬ ଟନରୁ ଅଧିକ ଲୋଡ ସାମଗ୍ରୀ ଥିଲା ।

ଓଭର ଲୋଡିଂ ମଧ୍ୟ ଗାଡ଼ି ଭାରସାମ୍ୟ ହରାଇଥିବା କୁହାଯାଉଛି । ଗତ ୪ ତାରିଖରେ ପଳାଶୁଣୀ ଛକରେ ୪ଟି ଗାଡିକୁ ଧକ୍କା ଦେଇଥିଲା ହାଇଓ୍ଵା ଟ୍ରକ୍‌ । ୩ଟି କାର ଓ ଗୋଟିଏ ବାଇକକୁ ଚାପି ଦେଲା ହାଇଓ୍ଵା ଟ୍ରକ୍‌ । ଘଟଣାସ୍ଥଳରେ କାର ଚାଳକଙ୍କ ମୃତ୍ୟୁ ହୋଇଛି । ୩ଜଣ ଗୁରୁତର ଆହତ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଏହି ଘଟଣାରେ ଅଭିଯୁକ୍ତ ହାଇୱା ଡ୍ରାଇଭରକୁ ଆଜିି ପୋଲିସ ଗିରଫ କରିଛି ।