Odia News Portal

ପଞ୍ଚାୟତ ନିର୍ବାଚନ ପାଇଁ ଆଜି ଘୋଷଣା ହୋଇପାରେ ତାରିଖ

ଆଜି ପଞ୍ଚାୟତ ନିର୍ବାଚନ ପାଇଁ ଘୋଷଣା ହୋଇପାରେ ତାରିଖ । ରାଜ୍ୟ ନିର୍ବାଚନ କମିଶନ ଯେକୌଣସି ମୁହୂର୍ତ୍ତରେ ତାରିଖ ଘୋଷଣା କରିପାରନ୍ତି । ଗତକାଲି ପଞ୍ଚାୟତ ନିର୍ବାଚନ ପାଇଁ ରାଜନୈତିକ ଦଳଗୁଡ଼ିକ ଠାରୁ ମତାମତ ନେଇଥିଲେ କମିଶନ । କରୋନା ଯୋଗୁ ପଞ୍ଚାୟତ ନିର୍ବାଚନକୁ ଘୁଞ୍ଚାଇବାକୁ କିଛି ରାଜନୈତିକ ଦଳ ଦାବି କରିଥିବା ବେଳେ ଆଉ କିଛି ନିର୍ବାଚନ ସପକ୍ଷରେ ମତ ଦେଇଛନ୍ତି ।
କେନ୍ଦ୍ର ନିର୍ବାଚନ ଆୟୋଗ ୫ ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ଯେଉଁ ଗାଇଡଲାଇନ ଜାରି କରିଛନ୍ତି ସେହି ଗାଇଡ଼ଲାଇନକୁ ଅନୁସରଣ କରି ରାଜ୍ୟରେ ପଞ୍ଚାୟତ ନିର୍ବାଚନ କରିବାକୁ ଯୋଜନା କରିଛନ୍ତି ରାଜ୍ୟ ନିର୍ବାଚନ କମିଶନ । ଗତକାଲି ରାଜ୍ୟପାଳଙ୍କୁ ଭେଟି ଆଲୋଚନା କରିଥିଲେ ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢ଼ୀ। ମୁଖ୍ୟ ଶାସନ ସଚିବ, ସ୍ୱାସ୍ଥ୍ୟ ସଚିବ ଓ ଏସଆରସିଙ୍କ ସହ ମଧ୍ୟ ଆଲୋଚନା କରିଥିଲେ । ଆଜି ପଞ୍ଚାୟତ ନିର୍ବାଚନ ତାରିଖ ଘୋଷଣା କରିପାରନ୍ତି କମିଶନ ।