Odia News Portal

ପଞ୍ଚାୟତ ନିର୍ବାଚନ ପାଇଁ ଚାଲିଛି ଯୋରଦାର ପ୍ରଚାର

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଚାଲିଛି ଯୋରଦାର ପ୍ରଚାର କାର୍ଯ୍ୟକ୍ରମ । ପଞ୍ଚାୟତ ପରୀକ୍ଷା ପାଖେଇ ଆସୁଥିବାରୁ ତତ୍ପର ନେତା ଓ ଜନତା । ଗାଁ ଗାଁରେ ପୋଷ୍ଟର, ବ୍ୟାନର ଛାଇଗଲାଣି । କରୋନା କଟକଣା ଯୋଗୁଁ ସାଧାରଣ ସଭା, ଶୋଭାଯାତ୍ରା ଉପରେ ଅଙ୍କୁଶ ଥିବାରୁ ଡୋର୍ ଟୁ ଡୋର୍ କ୍ୟାମ୍ପେନିଂ ଉପରେ ଗୁରୁତ୍ୱ ଦେଇଛନ୍ତି ସବୁ ଦଳ । ବିଜେଡି ଡିଜିଟାଲ ପ୍ରଚାରରେ ଆଗରେ ଥିବାବେଳେ ନିର୍ବାଚନ ପାଇଁ ଇସ୍ତାହାର ପ୍ରସ୍ତୁତ କରୁଛି ବିଜେପି । କଂଗ୍ରେସ ବି ପଛରେ ପଡ଼ିନି ଡିଜିଟାଲ ପ୍ରଚାର ପାଇଁ ଅଣ୍ଟା ଭିଡ଼ିଛି। ସେପଟେ ନିର୍ବାଚନ ପୂର୍ବରୁ ଜିଲ୍ଲା ପରିଷଦ ନିର୍ଦ୍ୱନ୍ଦ୍ୱରେ ଜିତି ଖାତା ଖୋଲିଲା ବିଜେଡି । ବରଗଡ଼ ଅମ୍ବାଭୋନା ବ୍ଲକ ଜୋନ ନଂ-୨ରେ ବିଜେଡି ପ୍ରାର୍ଥୀ କଳ୍ପନା ପ୍ରଧାନ ନିର୍ଦ୍ୱନ୍ଦ୍ୱରେ ବିଜୟୀ ହୋଇଛନ୍ତି । ସେହିପରି ୩୬ ହଜାର ୫୨୩ ଓ୍ୱାର୍ଡ ମେମ୍ବର, ୧୨୬ ସରପଞ୍ଚ ଓ ୩୨୬ ସମିତି ସଭ୍ୟ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି ।