Odia News Portal

ଶ୍ରୀ ମନ୍ଦିରକୁ ୨୧ କିଗ୍ରା ରୂପା ଦାନ କଲେ ପଣ୍ଡା ପରିବାର

ପୁରୀ: ଜନୈକ ଦାତା ଶ୍ରୀ ମନ୍ଦିରକୁ ଦାନ କରିଛନ୍ତି ୨୧ କିଲୋଗ୍ରାମ ଓଜନର ରୂପା । କିନ୍ତୁ ତାହା ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଲାଗି ହେବ ନାହିଁ । ଆଜି ଶ୍ରୀମନ୍ଦିରର ମୁଖ୍ୟ କାର୍ଯ୍ୟାଳୟ ଠାରେ ମୁଖ୍ୟ ପ୍ରଶାସକଙ୍କ ଉପସ୍ଥିତିରେ ଭୁବନେଶ୍ୱରର ଶିବ ପ୍ରସାଦ ପଣ୍ଡା ଏବଂ ତାଙ୍କ ପରିବାରର ସଦସ୍ୟ ମାନେ ମହାପ୍ରଭୁଙ୍କ ଚତୁର୍ଦ୍ଧା ମୂର୍ତ୍ତିଙ୍କ ସହ ବିଜେ କରୁଥିବା ଅନ୍ୟାନ୍ୟ ବିଗ୍ରହଙ୍କ ପାଇଁ ୨୧ କିଲୋର ରୂପା ଦାନ କରିଛନ୍ତି ।

ନିର୍ଦ୍ଦିଷ୍ଟ ଭାବେ ରତ୍ନସିଂହାସନରେ ଚତୁର୍ଦ୍ଧା ବିଗ୍ରହଙ୍କ ସହ ଅଧିଷ୍ଠିତ ଭୂଦେବୀ, ଶ୍ରୀଦେବୀ, ଏବଂ ଦକ୍ଷିଣୀ ଘରେ ବିଜେ ମଦନମୋହନଙ୍କ ନୂତନ ପ୍ରଭା ନିର୍ମାଣ ନିମନ୍ତେ ସେ ସପରିବାର ଏହି ରୂପା ଦାନ କରିଛନ୍ତି । ପ୍ରକାଶ ଥାଉ କି, ଏହି ବିଗ୍ରହ ମାନେ ବିଭିନ୍ନ ଯାନିଯାତ୍ରା ସମୟରେ ମହାପ୍ରଭୁଙ୍କ ପ୍ରତିନିଧି ଭାବେ ନୀତିକାନ୍ତି ସମାପନ ପାଇଁ ଯାତ୍ରା କରିଥାନ୍ତି । ତେଣୁ ମହାପ୍ରଭୁ ଜଗନ୍ନାଥ, ପ୍ରଭୁ ଶ୍ରୀ ବଳଭଦ୍ର କିମ୍ବା ଭଉଣୀ ସୁଭଦ୍ରାଙ୍କ ପରିବର୍ତ୍ତେ ଅନ୍ୟାନ୍ୟ ମୂର୍ତ୍ତି ମାନଙ୍କୁ ଲାଗି ହେବ ଏହି ରୂପା ।