Odia News Portal

ଗାଡିରେ ପାନିକ ବଟନ୍ ବାଧ୍ୟତାମୂଳକ

ଏଣିକି ସବୁ ବଡ ଗାଡିରେ ଲାଗିବ ପାନିକ ବଟନ୍ ଓ ଟ୍ରାକିଂ ଡିଭାଇସ୍ । ଗାଡିର ବେଗଠାରୁ ଆରମ୍ଭ କରି ଲୋକେସନ ପର୍ଯ୍ୟନ୍ତ ସବୁକିଛି ଜାଣି ହେବ । ଭୁବନେଶ୍ୱରରେ ଏହାର ରହିବ କମାଣ୍ଡ କଣ୍ଟ୍ରୋଲ ରୁମ । ୩ ଚକିଆ ଯାନକୁ ଛାଡି ଅନ୍ୟ ସମସ୍ତ ଯାତ୍ରୀବାହି , ଓ ମାଲବାହୀ ଗାଡିରେ ଏ ବ୍ୟବସ୍ଥା ରହିବ । ଗାଡିର ଅବସ୍ଥିତି ନେଇ ସୂଚନା ଦେବ ଲୋକେସନ ଟ୍ରାକିଂ ଡିଭାଇସ୍ । ପାନିକ ବଟନ ମଧ୍ୟ ଚାଳକଙ୍କୁ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେବ । ଡିସେମ୍ବର ୩୧ ୨୦୨୨ ପୂର୍ବରୁ କିଣା ହୋଇଥିବା ଗାଡି ପାଇଁ ଡେଡଲାଇନ୍ ଧାର୍ଯ୍ୟ କରାଯାଇଛି । ୨୦୨୩ରେ କିଣାଯିବାକୁ ଥିବା ଗାଡିରେ ରେଜିଷ୍ଟ୍ରେସନ ପୂର୍ବରୁ ଡିଭାଇସ୍ ଲାଗିଥିବା ଜରୁରୀ । ଏନେଇ ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି । କୌଣସି ଦୁର୍ଘଟଣା ଘଟିଲେ କିମ୍ବା ଯାତ୍ରୀଙ୍କର କୌଣସି ଯଦି ଅସୁବିଧା ହୁଏ, ତେବେ ଯାତ୍ରୀ ପାନିକ୍ ବଟନ୍ ଦବାଇବା ଦ୍ୱାରା ଏହା କଣ୍ଟ୍ରୋଲ ରୁମ୍‌କୁ ଜଣାପଡିଯିବ।