Odia News Portal

ମାର୍ଚ୍ଚ ୨୫ରୁ ଆରମ୍ଭ ହେବ ବିଧାନସଭା ଅଧିବେଶନ

ମାର୍ଚ୍ଚ ୨୫ରୁ ଆରମ୍ଭ ହେବ ଷୋଡ଼ଶ ବିଧାନସଭାର ୬ ଦିନିଆ ଅଧିବେଶନ। ଏହା ପୂର୍ବରୁ ସର୍ବଦଳୀୟ ବୈଠକ ଡାକିଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର। ଆଜି ଦିନ ୧୧ଟା ୩୦ରେ ବସିବ ବୈଠକ। ବିଧାନସଭାର ନିୟମାବଳୀ ଓ ପ୍ରକ୍ରିୟା ଅନୁଯାୟୀ ଅଧିବେଶନ ଅନୁଷ୍ଠିତ ହେବ। ଅଧିବେଶନରେ ପ୍ରଶ୍ନକାଳ, ଶୂନ୍ୟକାଳ ତଥା ମୁଲତବୀ ପ୍ରସ୍ତାବ ଆଦି ରହିବ। ୨୫ ତାରିଖରେ ଅଭିଭାଷଣ ପ୍ରଦାନ କରିବେ ରାଜ୍ୟପାଳ।

ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଗୃହରେ ୩ ଦିନ ଧରି ବିସ୍ତୃତ ଆଲୋଚନା କରାଯିବ। ୩୦ ତାରିଖରେ ରାଜ୍ୟ ବଜେଟ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ । ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ରାଜ୍ୟ ବଜେଟ ଉପସ୍ଥାପନ ହେବ। ୩୧ରେ ଭୋଟ୍‌ ଇନ୍‌ ଆକାଉଣ୍ଟ ସଂକ୍ରାନ୍ତୀୟ ବ୍ୟୟମଞ୍ଜୁରୀ ବିଲ୍‌ ପାରିତ ହେବ।