Odia News Portal

ପଟାଙ୍ଗୀର ପୂର୍ବତନ ବିଧାୟିକା ଚନ୍ଦ୍ରମା ସାନ୍ତାଙ୍କ ବିୟୋଗ

କୋରାପୁଟ: କୋରାପୁଟ ଜିଲ୍ଲା ପଟାଙ୍ଗୀ ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟିକା ଚନ୍ଦ୍ରମା ସାନ୍ତାଙ୍କ ପରଲୋକ । ହୃଦରୋଗରେ ପିଡିତ ହୋଇ ଦୀର୍ଘଦିନ ହେବ ଚିକିତ୍ସିତ ହେଉଥିଲେ । ଆଜି ତାଙ୍କ ବାସ ଭବନ ମାଳତିପୁଟ ପଞ୍ଚାୟତ ସିପାଇପୁଟରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ସକାଳ ୭ଟାରେ ସେ ଇହଲୀଳା ସମ୍ବରଣ କରିଛନ୍ତି ।

ସୂଚନା ଥାଉକି ସେ କୋରାପୁଟ ମାଟିର ଜନ୍ମିତ କନ୍ୟା ହୋଇଥିବା ବେଳେ ଅବିଭକ୍ତ କୋରାପୁଟ ଜିଲ୍ଲାର କଂଗ୍ରେସର ଟାଣୁଆ ନେତ୍ରୀ ଥିଲେ। ସେ ଜିଲ୍ଲା ପରିଷଦ ଅଧକ୍ଷା, ପଞ୍ଚାୟତ ସମିତିର ଅଧକ୍ଷା,ପୂର୍ବତନ ବିଧାୟିକା ଭାବେ ଅଞ୍ଚଳର ଲୋକଙ୍କୁ ସେବା ଯୋଗାଇଆସିଥିଲେ।ଏଭଳି ଜଣେ ବରିଷ୍ଠ ନେତ୍ରୀଙ୍କ ପରଲୋକ ପରେ ତାଙ୍କ ପରିବାର ଠାରୁ ପ୍ରାରମ୍ଭ କରି ଅଞ୍ଚଳବାସୀଙ୍କ ମଧ୍ୟରେ ଦୁଃଖର ଛାୟା ଖେଳି ଯାଇଥିବା ଦେଖିବାକୁ ମିଳିଛି।ତାଙ୍କର ପ୍ରାର୍ଥିବ ଶରିରକୁ ଶେଷ ଦର୍ଶନ କରିବା ନିମନ୍ତେ ଅଞ୍ଚଳର ବରିଷ୍ଠନେତା ତଥା କୋରାପୁଟ ବିଧାୟକ, ପଟ୍ଟାଙ୍ଗି ବିଧାୟକ ପୂର୍ବତନ ବିଧାୟକ ଏବଂ ଉପଜିଲ୍ଲାପାଳ ଓ ପୋଲିସ ପ୍ରଶାସନ ପହଂଚି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।