Odia News Portal

ପିଡିଏସ ଚାଉଳ ବଣ୍ଟନରେ ଅନିୟମିତତା ନେଇ ବିଜେଡ଼ିକୁ ଟାର୍ଗେଟ କଲା ବିଜେପି

ଭୁବନେଶ୍ୱର: ପିଡ଼ିଏସ ବଣ୍ଟନ ବ୍ୟବସ୍ଥାରେ ହେରଫେର ଅଭିଯୋଗ ଆଣି ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା ବିଜେପି । ରାଜ୍ୟ ସରକାରଙ୍କ ରାସନ ତାଲିକାରେ ୫ ଲକ୍ଷ ଭୂତ ହିତାଧିକାରୀ ଥିବା ଅଭିଯୋଗ ଆଣିଲେ ଦଳର ରାଜ୍ୟ ସମ୍ପାଦକ ଟଙ୍କଧର ତ୍ରିପାଠୀ । ଏହି ଭୁତ ହିତାଧିକାରୀ କିଏ ତାହାର ଜବାବ ରାଜ୍ୟ ସରକାର ରଖନ୍ତୁ ବୋଲି ଦାବି କଲେ ଟଙ୍କ । ମହାମାରୀ ସମୟରେ କେନ୍ଦ୍ର ସରକାର ଯୋଗାଉଥିବା ରାସନ ଏବଂ ଆର୍ଥିକ ସହାୟତାକୁ ହରିଲୁଟ କରାଯାଉଥିବା ଅଭିଯୋଗ । ଟଙ୍କା ଓ ଚାଉଳ ଉଠାଉଥିବା ହିତାଧିକାରୀଙ୍କ ତଥ୍ୟରେ ତାଳମେଳ ରହୁନାହିଁ । ୱାନ ନେସନ ୱାନ ରେସନକୁ ରାଜ୍ୟରେ ଲାଗୁ କରାଯାଉନଥିବାରୁ ବାହାରେ ଥିବା ଓଡ଼ିଆ ଲୋକ ରାସନ ସାମଗ୍ରୀ ପାଇବାରୁ ବଞ୍ଚିତ ହେଉଛନ୍ତି । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାକୁ ଓଡ଼ିଶାରେ ହେରଫେର କରାଯାଉଛି । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ଚାଉଳ ବି ଗୋଦାମରୁ ଉଠାଉ ନାହାନ୍ତି ସରକାରୀ ଅଧିକାରୀ । ରାଜ୍ୟ ସରକାରଙ୍କ ରାସନ କାର୍ଡ ବ୍ୟବସ୍ଥାରେ ଅନେକ ଭୁତ ହିତାଧିକାରୀ ଥିବାରୁ ପ୍ରକୃତ ହିତାଧିକାରୀ ଏଥିରୁ ବଞ୍ଚିତ ହେଉଛନ୍ତି ।