Odia News Portal

ଶ୍ରୀ ବିକ୍ରମ କୁମାର ପଣ୍ଡାଙ୍କ ଅନ୍ୟାୟ ଗିରଫଦାରୀ ବିରୋଧରେ ବିଜେଡି ପକ୍ଷରୁ ପ୍ରତିବାଦ ଶୋଭାଯାତ୍ରା

ଗତ ଗୁରୁବାର  ଦିନ ସନ୍ଧ୍ୟା ରେ  ଗଞ୍ଜାମ ବିଜେଡି ପକ୍ଷରୁ  ପୂର୍ବତନ ବ୍ରହ୍ମପୁର ବିଧାୟକ ତଥା ଗଞ୍ଜାମ ଜିଲ୍ଲା ବିଜୁ ଜନତା ଦଳ ସଭାପତି ଶ୍ରୀ ବିକ୍ରମ କୁମାର ପଣ୍ଡାଙ୍କ ଅନ୍ୟାୟ ଗିରଫଦାରୀ ବିରୋଧରେ ଶାନ୍ତିପୂର୍ଣ୍ଣ ପ୍ରତିବାଦ ଶୋଭାଯାତ୍ରା ର ଆୟଜନ ହୋଇଥିଲା ।ଏହି ଅବସରରେ ରାଜ୍ୟର ଅନେକ ନେତୃବୃନ୍ଦ ଉପସ୍ଥିତ ଥିଲେ। ରାଜନୈତିକ ଆକ୍ରୋଶ ରଖି, ବିଜେପି ସରକାର ପୋଲିସକୁ ହାତ ବାରିସି କରି ବିକ୍ରମ ପଣ୍ଡାଙ୍କୁ ଯେପରି  ଗିରଫ କରିଛି ତାକୁ ବିଜେଡ଼ି ନେତା ମାନେ ଦୃଢ଼ ନିନ୍ଦା କରିବା ସହ ପୋଲିସ ଅଧିକ ତଦନ୍ତ କରି ପ୍ରକୃତ ସତକୁ ସାମ୍ନାକୁ ଆଣିବାକୁ କାର୍ଯ୍ୟ କରୁ ନଚେତ୍‌ ଆଗାମୀ ଦିନରେ ଓଡ଼ିଶାବାସୀ ନ୍ୟାୟର ଲଢ଼େଇ ଦେଖିବେ ବୋଲି ଚେତାବନୀ ଦେଇ ଥିଲେ । ହିଲପାଟଣା ଠାରୁ ଶୋଭା ଯାତ୍ରା ବାହାରିବା ପରେ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମ ରେ ବିଜୁ ଜନତା ଦଳର ବରିଷ୍ଠ ନେତା ମାନଙ୍କ ସହ ଶହ ଶହ ସାଧାରଣ ଜନତା ଯୋଗ ଦେଇଥିଲେ।