Odia News Portal

ପୁଣି ସନ୍ଦିଗ୍ଧ ପାରା ଉଦ୍ଧାର

ଭଦ୍ରକ ଜିଲ୍ଲା ବାସୁଦେବପୁର ବାଲିମେଦ ନୋଡାଲ ଏମଇ ସ୍କୁଲ ନିକଟରୁ ଶୁଶିଲ କୁମାର ମହାନ୍ତିଙ୍କ ଘରୁ ଏକ ସନ୍ଦିଗ୍ଧ ପାରା ଉଦ୍ଧାର ହୋଇଛି। ଗତକାଲି ସନ୍ଧ୍ୟାରେ ଝଡ଼ ତୋଫାନ ଆରମ୍ଭ ହୋଇଥିବା ବେଳେ ଉକ୍ତ ପାରାଟି ଶୁଶିଲଙ୍କ ଘର ସମ୍ମୁଖରେ ଖସିପଡିଥିଲା। ପରେ ଶୁଶିଲଙ୍କ ପରିବାର ଲୋକ ଉକ୍ତ ପାରାକୁ କାବୁ କରି ବନ ବିଭାଗକୁ ଖବର ଦେଇଥିଲେ। ଉକ୍ତ ପାରାଟି ଗୋଡ଼ରେ ପ୍ଲାଷ୍ଟିକ ଷ୍ଟିକରିଂ ଲାଗିଥିବା ଦେଖିବାକୁ ମିଳିଛି। ପାରାର ବାମପାର୍ସ୍ଵ ଗୋଡରେ ଥିବା ରିଂରେ ଦିକ୍ସଖାନ ୟାଦବ ଲେଖାଯାଇଥିବା ବେଳେ ୯୩୯୧୧୭୦୧୧୮ ଓ ଭିଜେଡ୍ଏଚ୍‌ଜି-୦୭୦ ଲେଖାଯାଇଛି।
ସେହିପରି ଡାହାଣ ଗୋଡରେ ଲାଗିଥିବା ରିଂରେ ୬୧୬୯୪୯୩୪୭ ସହିତ ଏକ ପକ୍ଷୀର ଚିହ୍ନ ରହିଛି। ଏହି ରିଂରେ ଲେଖାଥିବା ନମ୍ଵରକୁ ନେଇ ବନ ବିଭାଗର ସନ୍ଦେହ ସୃଷ୍ଟି ହୋଇଛି। ଘଟଣାସ୍ଥଳରେ ଧାମରା ଗୁଇନ୍ଦା ବିଭାଗ ପକ୍ଷରୁ ତନାଘନା କରାଯାଉଛି।