Odia News Portal

ଗୋରୁ ଗାଡ଼ିରେ ନିଆଁ ଲଗାଇଦେଲେ ଲୋକେ

ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥର ସାତଶଂଖ ନିକଟରେ ଆଜି ଭୋର ପ୍ରାୟ ୩ଟା ବେଳେ ଦୁଇଟି ବୋଲେରୋ ପିକ ଅପ ଭ୍ୟାନ ଗୋରୁ ଗାଡ଼ିରେ ଲୋକେ ନିଆଁ ଲଗାଇ ଦେଇଥିବା ପୁଲିସ ସୂତ୍ରରୁ ଜଣାଯାଇଛି। ନିଆଁ ଲଗାଇବା ପୂର୍ବରୁ ଉଭୟ ଗାଡ଼ିରୁ ଗୋରୁ ମାନଙ୍କୁ ଉଦ୍ଧାର କରି ଛାଡ଼ି ଦେଇଥିଲେ ।ଖବର ପାଇ ପିପିଲିରୁ ଅଗ୍ନିଶମବାହିନୀ ଘଟଣା ସ୍ଥଳରେ ପହଞ୍ଚିଥିଲା । ତେବେ ଦୁଇଟି ଯାକ ଗାଡ଼ି ସମ୍ପୂର୍ଣ୍ଣ ଭାବେ ଜଳିଯାଇଛି। ପୁଲିସ ଘଟଣାର ତଦନ୍ତ କରୁଛି ।