ବେଆଇନ ଗୋରୁ ଚାଲାଣକାରୀ ପିକ୍ଅପ୍ ଜବତ, ଚାଳକ ଫେରାର By Swadhikar News Last updated Aug 24, 2025 ବଲାଙ୍ଗୀରଜିଲ୍ଲା ଦେଓଗାଁ ଥାନା ଅନ୍ତର୍ଗତ ବନ୍ଧପଡ଼ା ପୁଲିସ ଫାଣ୍ଡିର ସିଂହାମୁଣ୍ଡା-ଆମ ଘାଟରାସ୍ତାରେ ଦୁଇଟି ମେକ୍ସ ପିକ୍ଅପ୍ ଗାଡ଼ିରେ ଗାଈ ଓ ବଳଦ ଚୋରା ଚାଲାଣ ହେଉଥିବାର ଖବର ପାଇ ଚଢ଼ଉ କରିଥିଲେ ଏକ ସଂଗଠନର କର୍ମକର୍ତ୍ତା। ଏନେଇ ଗାଡ଼ିକୁ ଧରିବା ପରେ ଦେଓଗାଁ ପୁଲିସକୁ ଖବର ଦେଇଥିଲେ। ଯାହା ଫଳରେ ବନ୍ଧପଡ଼ା ପୁଲିସ ଫାଣ୍ଡି କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଛାନ୍ଭିନ୍ କରି ଗୋରୁ ବୋଝେଇ ଗାଡ଼ି ଦୁଇଟିକୁ ଅଟକ ରଖିଛନ୍ତି। ଘଟଣାସ୍ଥଳରୁ ଗାଡ଼ିର ଚାଳକ ଫେରାର ହୋଇଯାଇଛି। ତେବେ କିଏ ଏହି ଗୋରୁ ବୋଝେଇ ପିକ୍ଅପ୍କୁ ଲଦି କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଅଞ୍ଚଳକୁ ଚୋରା ଚାଲାଣ କରୁଥିଲା ତାହାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ତେବେ ଗାଈ ଓ ପିକଅପ୍କୁ ପୁଲିସ ଦେଓଗାଁ ଥାନାକୁ ନେଇଥିବା ସୂଚନା ମିଳିଛି। ରାଜଘାଟଠାରେ ମଧ୍ୟରାତ୍ରୀରୁ ପହଞ୍ଚିବାକୁ ଲାଗିଛି। ଫଳରେ ରାଜଘାଟ ସମେତ ନଦୀର ତଳିଆ ଅଞ୍ଚଳ ଜଳେଶ୍ଵର, ଭୋଗରାଇ, ବସ୍ତା ଓ ବାଲିଆପାଳ ବ୍ଲକର ବିସ୍ତୀର୍ଣ୍ଣ ଅଞ୍ଚଳ ଜଳାର୍ଣ୍ଣବ ହୋଇଗଲାଣି। ଆଜି ସକାଳ ୮ ଟାରେ ରାଜଘାଟ ଠାରେ ନଦୀର ଜଳପତ୍ତନ ୧୦.୬୨ ମିଟର ରେ ପ୍ରବାହିତ ହେଉଛି। ରାଜଘାଟ ଠାରେ ନଦୀର ସତର୍କ ସଙ୍କେତ ୯.୪୫ ମିଟର ଓ ବିପଦ ସଙ୍କେତ ୧୦.୩୬ ମିଟର ରହିଛି। ସୁବର୍ଣ୍ଣରେଖା ବନ୍ୟା ଦୃଷ୍ଟିରୁ ବାଲେଶ୍ଵର ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ଜରୁରୀକାଳୀନ ବୈଠକ ଅନୁଷ୍ଠିତ ହୋଇଯାଇଛି। ଉତ୍ତର ବାଲେଶ୍ଵରର ସମସ୍ତ ବିଡ଼ିଓ, ତହସିଲଦାର ତଥା ଅନ୍ୟ ପଦାଧିକାରୀଙ୍କୁ ବନ୍ୟା ପରିସ୍ଥିତି ଉପରେ ତୀକ୍ଷ୍ମ ନଜର ରଖିବା ପାଇଁ ବାଲେଶ୍ଵର ଜିଲ୍ଲାପାଳ ସୁର୍ଯ୍ୟବଂଶୀ ମୟୁର ବିକାଶ ନିର୍ଦ୍ଦେଶ ଦେଇଛନ୍ତି। swadhikarswadhikar news Share