Odia News Portal

ପିପିଲିରେ କିଏ ମାରିବ ବାଜି?

ଭୁବନେଶ୍ୱର: ସେପ୍ଟେମ୍ବର ୩୦ରେ ପିପିଲି ଉପନିର୍ବାଚନ ଲାଗି ଘୋଷଣା କରିଛନ୍ତି ନିର୍ବାଚନ କମିଶନ । ଉପନିର୍ବାଚନରେ ୧୦ଜଣ ପ୍ରାର୍ଥୀ ମଇଦାନକୁ ଓହ୍ଲାଉଛନ୍ତି । ତେବେ ଏଠାରେ ଭୋଟରମାନେ କାହାକୁ ଗ୍ରହଣ କରିବେ ତାକୁ ଏବେ ସବୁଠି ଆରମ୍ଭ ହୋଇଗଲାଣି ଚର୍ଚ୍ଚା । ବିଜେଡିର ଦିବଙ୍ଗତ ନେତା ପ୍ରଦୀପ ମହାରଥୀଙ୍କ ପୁଅ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି । ନବୀନ ସରକାର ବିକାଶମୂଳକ କାର୍ଯ୍ୟ ସାଙ୍ଗକୁ ଅନୁକମ୍ପାକୁ ମୁଖ୍ୟ ଅସ୍ତ୍ର କରି ନିର୍ବାଚନ ମଇଦାନକୁ ଓହ୍ଲାଉଥିବା ବେଳେ କେନ୍ଦ୍ର ସରକାରଙ୍କ ବିକାଶ ମୂଳକ କାର୍ଯ୍ୟ ସାଙ୍ଗକୁ ରାଜ୍ୟ ସରକାରଙ୍କ ବିଫଳତାକୁ ଲୋକ ଲୋଚନକୁ ଆଣିବାକୁ ଚେଷ୍ଟା କରିବେ ବିଜେପି ପ୍ରାର୍ଥୀ ଆଶ୍ରୀତ ପଟ୍ଟନାୟକ ।

ସେପଟେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦୋଷ ଦୁର୍ବଳତାକୁ ଆଣିବାକୁ ଚେଷ୍ଠା କରିବ କଂଗ୍ରେସ । ଦଳ ପକ୍ଷରୁ ପ୍ରାର୍ଥୀ ହୋଇଛନ୍ତି ବିଶ୍ୱକେଶନ ହରିଚନ୍ଦନ ମହାପାତ୍ର । ସେପଟେ ୭ଜଣ ସ୍ୱାଧିନ ପ୍ରାର୍ଥୀ ମଧ୍ୟ ନାମାଙ୍କନ ଭରିଛନ୍ତି । ସ୍ୱାଧିନ ପ୍ରାର୍ଥୀମାନେ ତିନି ଦଳର ପ୍ରାର୍ଥୀଙ୍କ ଭୋଟ ମାଇନଓ କରିବେ ବୋଲି ରାଜନୈତିକ ପଣ୍ଡିତମାନେ ମତ ଦେଉଛନ୍ତି । ତେବେ ପିପିଲିରେ ୨୦ରୁ ଆରମ୍ଭ ହେବ ପ୍ରଚାର । କରୋନା ଗାଇଡ ଲାଇନକୁ ମାନି ପ୍ରଚାର କରିବା ଲାଗି କୁହାଯାଇଛି । ଦେଖିବାକୁ ବାକି ରହିଲା ଭୋଟରମାନେ କାହାକୁ ଜିତାଉଛନ୍ତି ।