Odia News Portal

କିଏ ମାରିବ ପିପିଲି ବାଜି?

ଭୁବନେଶ୍ୱର: ପିପିଲି ଉପନିର୍ବାଚନ ଲାଗି ଚାଲିଛି ଭୋଟ ଗ୍ରହଣ । ନିର୍ବାଚନୀ ମଇଦାନ ଜିତିବା ଲାଗି ତିନି ପ୍ରମୁଖ ରାଜନୈତିକ ଦଳ ମଧ୍ୟରେ ଚାଲିଛି ଘମାଘୋଟ ଲଢ଼େଇ । ତେବେ ତିନି ପ୍ରମୁଖ ରାଜନୈତିକ ଦଳ ମଧ୍ୟରେ ଲଢ଼େଇ ହେଉଥିଲେ ସୁଦ୍ଧା ୧୦ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ଭୋଟର । ବିଜେଡି ପକ୍ଷରୁ ରୁଦ୍ର ମହାରଥୀ ପ୍ରାର୍ଥୀ ହୋଇଥିବାବେଳେ ସେ ରାଜ୍ୟ ସରକାରଙ୍କ ବିଭିନ୍ନ ବିକାଶମୂଳକ ମୁଦ୍ଦା ନେଇ ଭୋଟ ମାଗିଥିଲେ । ସେପଟେ ବାପାଙ୍କ ଅନୁକମ୍ପା ମଧ୍ୟ ତାଙ୍କ ସପକ୍ଷରେ ଯିବ । ପିପିଲିରେ ବିଜେଡ଼ିର ବିଜୟ ହେବ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ।

ସେପଟେ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନାଭିମୁଖୀ ଯୋଜନାକୁ ମୁଖ୍ୟ ମୁଦ୍ଦା କରିବା ସହ ଏଥରକ ପରିବର୍ତ୍ତନ ନାରା ମଧ୍ୟ ଦେଇଛନ୍ତି । ଉଭୟ କେନ୍ଦ୍ର ଓ ରାଜ୍ୟସରକାରଙ୍କ ଦୋଷ ତ୍ରୃଟି ଦର୍ଶାଇ ଭୋଟରଙ୍କ ମନମୋହିବାକୁ ଚେଷ୍ଟା କରିଛନ୍ତି କଂଗ୍ରେସ ପ୍ରାର୍ଥୀ ବିଶ୍ୱକେଶନ ହରିଚନ୍ଦନ । ତିନି ପ୍ରମୁଖରାଜନୈତିକ ଦଳର ପ୍ରାର୍ଥୀମାନେ ଜିତିବା ଲାଗି ପ୍ରଚାର କରିଥିଲେ । ତେବେ ଆଜି ମତଦାନ ହୋଇଥିବା ବେଳେ କାହା ସପକ୍ଷରେ ପିପିଲି ବାଜି ଯାଉଛି ତାହା ଦେଖିବାକୁ ବାକି ରହିଲା ।