କେନିଆରେ ବିମାନ ଦୁର୍ଘଟଣା, ୧୨ ଜଣଙ୍କ ଜୀବନ ଯାଇଥିବା ଆଶଙ୍କା By Swadhikar News Last updated Oct 29, 2025 କେନିଆରେ ବଡ଼ ବିମାନ ଦୁର୍ଘଟଣା । ବିମାନ ଦୁର୍ଘଟଣା କେନିଆର ତଟବର୍ତ୍ତୀ ଅଞ୍ଚଳରେ ହୋଇଛି । ଘଟଣାରେ ୧୨ ଣ ଲୋକଙ୍କ ଜୀବନ ଯାଇଥିବା କୁହାଯାଉଛି । କେନିଆ ଅଧିକାରୀ ଏହି ଦୁର୍ଘଟଣା ବିଷୟରେ ସୂଚନା ଦେଇଛନ୍ତି । ଅଧିକାରୀଙ୍କ କହିବା ମୁତାବକ, ବିମାନଟି ମାସାଇ ମାରା ରାଷ୍ଟ୍ରୀୟ ରିଜର୍ଭରେ ଏକ ଲୋକ ପର୍ଯ୍ୟଟକ ସ୍ଥଳକୁ ଯାଉଥିବା ବେଳେ ଦୁର୍ଘଟଣାର ଶିକାର ହୋଇଥିଲା । ଦୁର୍ଘଟଣା ଡାୟନୀ ବିମାନବିନ୍ଦର ଠାରୁ ପ୍ରାୟ ୪୦ କିମି ଦୂର ପାହାଡିଆ ଏବଂ ଜଙ୍ଗଲ ଅଞ୍ଚଳରେ ହୋଇଛି । ବିମାନଟି ଉଡ଼ାଣ କିଛି ମିନିଟ ମଧ୍ୟରେ ଦୁର୍ଘଟଣା ହୋଇ ନିଆଁ ପିଣ୍ଡୁଳା ହୋଇଯାଇଥିଲା । ଘଟଣା ସ୍ଥଳରେ କେବଳ ଜଳିଯାଇଥିବା ଅଂଶବିଶେଷ ମିଳିଛି । ସ୍ଥାନୀୟ ଲୋକ କେବଳ ଏକ ବିସ୍ଫୋରଣ ଶବ୍ଦ ଶୁଣିଛନ୍ତି ବୋଲି କହିଛନ୍ତି । ତେବେ କେନିଆ ଆଭିଏସନ ଅଥରିଟିର ଅଧିକାରୀଙ୍କ କହିବାନୁଯାୟୀ, ଦୁର୍ଘଟଣା ବିଷୟରେ ଯାଞ୍ଚ କରାଯାଉଛି । ପ୍ରାରମ୍ଭିକ ଯାଞ୍ଚରୁ ବିମାନର ଇଂଜିନ ଅଚଳ, କିମ୍ବା ପାଲଇଟଙ୍କ ଭୁଲ୍ ଯୋଗୁଁ ହୋଇଥିବା କୁହାଯାଉଛି । ପ୍ରାଣ ହରାଇଥିବା ପରିବାରକୁ ଯଥାସମ୍ଭବ ସହାୟତା ଯୋଗାଇ ଦିଆଯିବ ବୋଲି କାଲେ କାଉଣ୍ଟି କମିଶନର କହିଛନ୍ତି । swadhikarswadhikar news Share